ଏବେ ବି ଅନୁଭବଙ୍କ ସହିତ ସମ୍ପର୍କ ରଖିବାକୁ ଆଗ୍ରହୀ ବର୍ଷା, କଟକ ଫ୍ୟାମିଲି କୋର୍ଟରେ ଦାଖଲ କରିଥିବା ଆଉ ଏକ ପିଟିସନରୁ ହେଲା ସ୍ପଷ୍ଟ

କଟକ (କେନ୍ୟୁଜ) : ବର୍ଷା ପ୍ରିୟଦର୍ଶନୀଙ୍କ ପିଟିସନର ଆଜି କଟକ ଫ୍ୟାମିଲି କୋର୍ଟରେ ହେବ ଶୁଣାଣି। ତେବେ ପିଟିସନ୍ ଅନୁସାରେ ଯାହା ଜଣାପଡୁଛି, ବର୍ଷା ଅନୁଭବଙ୍କ ବିରୋଧରେ ଯାହା ଅଭିଯୋଗ ଆଣିଥିଲେ ମଧ୍ଯ, ସେ କିନ୍ତୁ ସମ୍ପର୍କକୁ ସୁଧାରିବାକୁ ଚାହୁଁଛନ୍ତି। ସେମାନଙ୍କ ଭିତରେ ଥିବା ସବୁ କିଛି ଅସଜଡା ଜିନିଷକୁ ସଜାଡିବାକୁ ମନ କରୁଛନ୍ତି । ନିଜ ବୈବାହିକ ଜୀବନକୁ ସୁରକ୍ଷିତ ରଖିବାକୁ ସେ ଇଛୁକ । କିନ୍ତୁ ଅନୁଭବଙ୍କ ମନ କିନ୍ତୁ ବଦଳିଯାଇଛି । କହିବାକୁ ଗଲେ ପୁରା ପୁରା ବିଗିଡି ଯାଇଥିବା ଭଳି ମନେହେଉଛି। ତେବେ ଭବିଷ୍ୟତରେ ସନ୍ତାନ ପାଇଁ ଯୋଜନା କରିଥିଲେ ବି ଅନୁଭବ ଏହାକୁ ଏଡାଇ ଦେଇଥିବା ମଧ୍ଯ ବର୍ଷା ପିଟିସନ୍ ରେ ସୂଚେଇ ଦେଇଛନ୍ତି ।

barshaଅନ୍ଯପଟେ ସାଧାରଣରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି, ଅନୁଭବଙ୍କ ଜୀବନରେ  ଥିବା ଆଉ ଜଣେ ମହିଳା କିଏ? ଏମିତି ଏନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ SDJM କୋର୍ଟରେ ଭରଣ ପୋଷଣ ପାଇଁ ପିଟିସନ ଦାଖଲ କରିଥିବା ବର୍ଷା ଫ୍ୟାମିଲି କୋର୍ଟରେ ମଧ୍ୟ ଅନ୍ୟ ଏକ ପିଟିସନ ଦାଖଲ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଅନୁଭବଙ୍କର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଛି।

BARSHA AND ANUBHABତେବେ ଲକଡାଉନ ବେଳେ ଦିଲ୍ଲୀରେ ରହିବା ସମୟରେ ଜଣେ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ନିବିଡ ହୋଇଥିଲା। ଜଣେ ସାଂସଦ ଏବଂ ବିବାହିତ ହୋଇ ମଧ୍ୟ ଯୁବତୀଙ୍କ ସହ ଅନୟତିକ ସମ୍ପର୍କ ରଖିଛନ୍ତି। କେବଳ ସେଇଥିପାଇଁ ସେ ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବର୍ଷା। ତେବେ ଏଭଳି ସ୍ଥିତିରେ ସେ ନିଜକୁ ଅସହାୟ ମଣୁଥିବା ବର୍ଷା ତାଙ୍କର ଏହି ପିଟିସନରେ ଉଲ୍ଲେଖ କରିଛନ୍ତି। ସେ ସାରା ଜୀବନ ସ୍ତ୍ରୀ ଭାବେ ଅନୁଭବଙ୍କ ସହ ଜୀବନ ବିତାଇବାକୁ ଆଗ୍ରହୀ ଥିବା ନେଇ ପିଟିସନରେ ଦର୍ଶାଇଥିବା ସହିତ, ସବୁ କିଛି ସମାଧାନ କରିବାକୁ କୋର୍ଟ ଅନୁଭବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବର୍ଷା ଗୁହାରୀ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.