Below header

ମେଡିକାଲରୁ ଡିସଚାର୍ଜ ହେବା ପରେ ପୁଣିଥରେ କରୋନାରେ ଆକ୍ରାନ୍ତ ହେଲେ ବିଜେପି ସାଂସଦ

ଲକ୍ଷ୍ମୌ: ମୋହନଲାଲଗଞ୍ଜର ବିଜେପି ସାଂସଦ କୌଶଲ କିଶୋର ଏବଂ ସିଟି ମୋଣ୍ଟେସୋରି ସ୍କୁଲର ପ୍ରତିଷ୍ଠାତା ଜଗଦୀଶ ଗାନ୍ଧୀ ପୁଣିଥରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିବାପରେ ଉଭୟ ଡିସଚାର୍ଜ ହୋଇଥିଲେ କିନ୍ତୁ ରବିବାର ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପୁଣିଥରେ ଖରାପ ହେବାରୁ ସେ ଚିକିତ୍ସା ପାଇଁ ମେଡିକାଲ ଯାଇଥିଲେ ଯେଉଁଠାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି ।

ମିଳିଥିବା ଖବର ଅନୁଯାୟୀ କୌଶଲ କିଶୋର ଶ୍ୱାସକ୍ରିୟାରେ ଅସୁବିଧା ଏବଂ ଜ୍ଵରରେ ପୀଡିତ ଥିଲେ । ଅଗଷ୍ଟ 26 ତାରିଖରେ ସାଂସଦ କୌଶଲ କିଶୋରଙ୍କୁ ଆଶିଆନାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 5 ଦିନ ପରେ ଅର୍ଥାତ 2 ସେପ୍ଟେମ୍ବରରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତରମାନେ ତାଙ୍କୁ ଡିସଚାର୍ଜ କରିଥିଲେ।

ସେହିପରି ଜଗଦୀଶ ଗାନ୍ଧୀ ୟୁରିନ ସମ୍ବନ୍ଧୀୟ ସମସ୍ୟା ହେତୁ ରବିବାର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ କରୋନା ପରୀକ୍ଷା କ୍ୱେରିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଅଗଷ୍ଟରେ ସେ କରୋନା ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ PGI ରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପୂର୍ବରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବର୍ତ୍ତମାନ ଏହି ଦୁଇଜଣ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ପୁଣିଥରେ ଦୁଇଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଯାହା ଏବେ ସମସ୍ତଙ୍କର ଚିନ୍ତାର କାରଣ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.