Below header

ଇଲେକ୍ଟ୍ରିକ୍‌ ଗାଡ଼ିର ଚାର୍ଜିଂ ପାଇଁ ଆଉ ଟେନ୍‌ସନ୍‌ ନାହିଁ, ୬୯,୦୦୦ ପେଟ୍ରୋଲ ପମ୍ପରେ ଚାର୍ଜିଂ ପଏଣ୍ଟ ଲଗାଇବାକୁ ଯୋଜନା କରୁଛନ୍ତି ସରକାର

ସରକାର ଦେଶର ପ୍ରାୟ ୬୯,୦୦୦ ଟି ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନ୍‌ ଲଗାଇବାକୁ ଯୋଜନା କରୁଛନ୍ତି। ଏହି ପଦକ୍ଷେପ ପରେ ଦେଶରେ ଇଲେକ୍ଟ୍ରୋନିକ୍‌ ଯାନବାହନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଏଥିସହ ସମସ୍ତ ସରକାରୀ ପେଟ୍ରୋଲ ପମ୍ପରେ ଏହି ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନ୍‌ ଲଗାଇବାକୁ ବାଧ୍ୟ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ରିପୋର୍ଟ ମୁତାବକ ଇଲେକ୍ଟ୍ରିକ୍‌ ବାହନ ଚାର୍ଜିଂ ବ୍ଲୁପ୍ରିଣ୍ଟର ସମୀକ୍ଷା ବୈଠକରେ ସମସ୍ତ ସିଓସିଓ ପେଟ୍ରୋଲ ପମ୍ପରେ ଚାର୍ଜିଂ କିଓସ୍କ ଲଗାଇବାକୁ ବିଜୁଳି ମନ୍ତ୍ରୀ ଆର କେ ସିଂହ ପେଟ୍ରୋଲିୟମ୍‌ ମନ୍ତ୍ରାଳୟର ଉଚ୍ଚ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଲୋକଙ୍କୁ ଉତ୍ତମ ସେବା ମିଳିପାରିବ ବୋଲି ସେ କହିଛନ୍ତି।

petrol2

ପେଟ୍ରୋଲିୟମ୍‌ ମନ୍ତ୍ରାଳୟର ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ ନୂଆ ପେଟ୍ରୋଲ ପମ୍ପରେ ଏକ ବୈକଳ୍ପିକ ଇନ୍ଧନ ରଖିବା ଅନିବାର୍ଯ୍ୟ। ଏହି ବିକଳ୍ପ ଭାବେ ଅଧିକାଂଶ ନୂଆ ପେଟ୍ରୋଲ ପମ୍ପ ଇଲେକ୍ଟ୍ରିକ୍‌ ବାହାନ ଚାର୍ଜିଂ ସୁବିଧା ବିକଳ୍ପ ବାଛୁଛନ୍ତି। ରିପୋର୍ଟ ମୁତାବକ ଏବେ ଦେଶରେ ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପ ରହିଛି। ସମସ୍ତ ପେଟ୍ରୋଲ ପମ୍ପରେ ଚାର୍ଜିଂ ସୁବିଧା ରହିଲେ ଇଲେକ୍ଟ୍ରିକ୍‌ ଗାଡ଼ି ଚଳାଚଳ ମଧ୍ୟ ବଢ଼ିବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି। ମନ୍ତ୍ରାଳୟ ତରଫରୁ ଏବେ ଦିଲ୍ଲୀ, କୋଲକତା, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଭଦୋଦରା ଓ ଭୋପାଳରେ ଇଭି ଚାର୍ଜିଂ ଲଗାଇବାକୁ ଯୋଜନା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.