Below header

‘ହାରାମଖୋର’ କଥାରେ ଜବାବ ରଖିଲେ କଙ୍ଗନା, ଭିଡିଓରେ ଦେଲେ ଏମିତି କଡା ଜବାବ ଦେଖନ୍ତୁ

ପୁଣି ଭିଡିଓ ଜରିଆରେ ବ୍ୟାଣ୍ଡ ବଜାଇଲେ କଙ୍ଗନା ରାଣାଓ୍ଵତ। ରବିବାର ଏକ ୧.୪୫ ମିନିଟର ଏକ ଭିଡିଓ ଜାରି କରିଛନ୍ତି କଙ୍ଗନା। ତାଙ୍କୁ ହାରାମଖୋର କହିବାର କଡା ଜବାବ ଦେଇଛନ୍ତି କଙ୍ଗନା। ଭିଡିଓରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କଡା ଜବାବ ଦେଇଛନ୍ତି କଙ୍ଗନା।

ସେ ଏହି ଭିଡିଓରେ ସଫା ସଫା କହିଛନ୍ତି ୯ ସେପ୍ଟେମ୍ବର ମୁମ୍ବାଇ ପହଁଚୁଛି। ଶିବସେନାଙ୍କ ଲୋକ ତାଙ୍କୁ ମାରିବାକୁ ଧମକ ଦେଉଛନ୍ତି ବୋଲି କହୁଛନ୍ତି କଙ୍ଗନା। ତେବେ ଏଥିରେ ସେ ଏହା ମଧ୍ୟ କହିଛନ୍ତି ଯେ ଦେଶ ପାଇଁ ଅନେକ ଲୋକ ଜୀବନ ଦେଇଛନ୍ତି ମୁଁ ବି ଦେବି ଋଣ ପୂରା କରିବି।

ଭିଡିଓରେ କଙ୍ଗନା ଜବାବ ଦେଇ କଣ କହୁଛନ୍ତି ଦେଖନ୍ତୁ :


ତେବେ ଏବେ ଆସନ୍ତୁ ଜାଣିବା କଣ ହୋଇଥିଲା ପୂରା ଘଟଣା। ଗୁରୁବାର ଦିନ କଙ୍ଗନା ରାଣାଓ୍ଵତ ନିଜର ଏକ ଟ୍ଵିଟରେ ଲେଖିଥିଲେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଉଛନ୍ତି। କଙ୍ଗନା ଏଥିରେ ପ୍ରତିବାଦ କରି କହିଥିଲେ ମୁମ୍ବାଇ କଣ ପାକିସ୍ତାନ କବଜା କରିଥିବା କାଶ୍ମୀର? ତେବେ ଏହି କଥାକୁ ନେଇ ଲଗାତାର ଭାବରେ ରାଉତ କଙ୍ଗନାଙ୍କ ଭିତରେ ତୁ ତୁ ମେଁ ମେଁ ଲାଗିରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.