ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ସଂମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ କର୍ମଚାରୀଙ୍କୁ ପଚରାଉଚରା, ଡିସିପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ଭୁବନେଶ୍ବର: ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା । ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍‌ । ସେପଟେ ଘଟଣାକୁ ଗୁରୁତର ସହ ନେଇଛି ରାଜ୍ୟ ମହିଳା କମିଶନ । ଏନେଇ ଡିସିପିଙ୍କୁ ରିପୋର୍ଟ ମଗାଯାଇଛି ।

ଏବେ ସୁଦ୍ଧା କ’ଣ ପଦକ୍ଷେପ ନିଆଯାଇଛି, ସ୍ପଷ୍ଟ କରିବାକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେପଟେ ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ । ନାବାଳିକାଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ନିୟୁଜ ହେଡକୁ ମଧ୍ୟ ଚିଠି ଲେଖିବ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ । ଏଥିରେ ସଂମ୍ପୃକ୍ତ ଅଭିଯୁକ୍ତଙ୍କୁ ସାମ୍ନାକୁ ଆଣିବାକୁ ସମ୍ପୃକ୍ତ ଟିଭି ଚ୍ୟାନେଲକୁ ଅନୁରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.