Below header

ମାତ୍ର ୧୪,୦୦୦ଟଙ୍କାରେ ଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି OnePlus, ଜାଣନ୍ତୁ କ’ଣ ରହିଛି ଫିଚର

ଓ୍ଵାନ୍‌ ପ୍ଲସ୍‌ ଏବେ ଏଣ୍ଟ୍ରି ଲେବଲ ସ୍ମାର୍ଟ ଫୋନ୍‌ ଉପରେ କାମ କରୁଛି। କମ୍ପାନୀ ତରଫରୁ ଏହି ସ୍ମାର୍ଟଫୋନ୍‌କୁ Clover କୋଡ୍‌ ନେମ୍‌ ଦିଆଯାଇଛି। ନିକଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ସ୍ମାର୍ଟଫୋନ୍‌ରେ କ୍ୱାଲ କମ୍‌ ସ୍ନାପଡ୍ରାଗନ୍‌ ୪୬୦SoC ପ୍ରୋସେସର ଦିଆଯିବ। ଏବେ ଏହି ପ୍ରୋସେସରଯୁକ୍ତ ସ୍ମାର୍ଟଫୋନ୍‌ର ଫିଚର ସାମ୍ନାକୁ ଆସିଛି। ଏହି ନୂଆ ହ୍ୟାଣ୍ଡସେଟ୍‌ BE2012 ମଡେଲ ନମ୍ବର ସହ ଆସିବ। ଏଥିରେ ୪ ଜିବିର ରାମ୍‌ ରହିବ।

oneplus2

ରିପୋର୍ଟ ମୁତାବକ OnePlus ନିଜ OnePlus Clover ସ୍ମାର୍ଟଫୋନ୍‌କୁ ୟୁଏସ୍‌ ବଜାରରେ ୨୦୦ ୟୁଏସ୍‌ ଡଲାରରେ ଲଞ୍ଚ୍‌ କରିପାରେ। ଏହାର ଭାରତୀୟ ମୂଲ୍ୟ ପ୍ରାୟ ୧୪,୭୦୦ ଟଙ୍କା ରହିବ। ଓ୍ଵାନ୍‌ ପ୍ଲସ୍‌ର ଏହି ସ୍ମାର୍ଟଫୋନ୍‌ରେ ୬.୫୨ ଇଞ୍ଚ୍‌ର ଫୁଲ ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହା ୭୨୦*୧୫୬୦ ପିକ୍ସେଲ୍ସ ରିଜଲ୍ୟୁସନ୍‌ ସହ ଆସିବ। ଏଥିରେ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ମିଳିବ। ଏହାକୁ ମାଇକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ବଢ଼ାଇ ହେବ।

OnePlus Clover ର ରିୟରରେ ଫିଙ୍ଗରପ୍ରିଣ୍ଟ ସେନ୍‌ସର ମିଳିବ। ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ କ୍ୟାମେରା ସେଟ୍‌ ଅପ୍‌ ଦିଆଯାଇଛି। ଏହି ରିୟରରେ ଦୁଇଟି ୨ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଏହାର ବ୍ୟାଟେରୀ ୬୦୦୦ ଏମ୍‌ଏଏଚ୍‌ର ରହିଥିବା ବେଳେ ୧୮ ଓ୍ଵାଟ୍‌ ଚାର୍ଜିଂ ସପୋର୍ଟ କରିବ। ତେବେ ଓ୍ଵାନ୍‌ ପ୍ଲସ୍‌ର ଏହି ନୂଆ ଫୋନ୍‌ ଉପରୁ କମ୍ପାନୀ କେବେ ପରଦା ଉଠାଉଛି ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.