ଏହି ଜନଜାତିରେ ଗୋରା ପିଲା ଜନ୍ମ ହେଲେ ଦିଆଯାଏ ଭୟଙ୍କର ଦଣ୍ଡ, କାରଣ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ସାଧାରଣତଃ ଆପଣ ଦେଖିଥିବେ ଯେ ଯେତେବେଳେ କୌଣସି ବ୍ୟକ୍ତି ବ୍ୟକ୍ତିଙ୍କ ଘରେ ସନ୍ତାନ ଜନ୍ମ ହେବାର ଥାଏ ସେତେବେଳେ ଅଧିକାଂଶ ଲୋକ ଚାହାଁନ୍ତି ଯେ ସେମାନଙ୍କ ଘରେ ଏକ ଗୋରା ପିଲା ଜନ୍ମ ହେଉ । ପ୍ରକୃତରେ ଗୋଟେ ଶିଶୁ ଗୋରା ହେଉ କିମ୍ବା କଳା, ରଙ୍ଗ ପାଇଁ ସେମାନଙ୍କ ସହ ଭେଦଭାବ କରିବା ଉଚିତ୍ ନୁହେଁ । କିନ୍ତୁ ଏହାପରେ ବି ଲୋକେ ଚାହାଁନ୍ତି ଯେ ତାଙ୍କର ଗୋଟେ ଗୋରା ପିଲା ଜନ୍ମ ନେଉ ସେଥିପାଇଁ ସେମାନେ ଗର୍ଭବତୀ ମହିଳାଙ୍କୁ ଭଲ ଖାଇବା ପିଇବା ଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏମିତି ଗୋଟିଏ ଜନଜାତି ଅଛି ଯେଉଁମାନେ ଚାଁହାନ୍ତି କି ତାଙ୍କ ଘରେ କଳା ପିଲା ଜନ୍ମ ନେଉ । ଯଦି ତାହା ନହୁଏ ତେବେ ଲୋକମାନେ ତାଙ୍କ ପିଲାଙ୍କ ସହିତ କିଛି ଏପରି କରନ୍ତି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।

ଆଣ୍ଡାମାନରେ ଏକ ଏପରି ଜନଜାତି ବାସକରନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ ଘରେ ଜନ୍ମ ନେଉଥିବା ପ୍ରତ୍ୟେକ ପିଲା କଳା ହେବା ଆବଶ୍ୟକ । ଯାହାଦ୍ୱାରା ସେ ଏହି ଜନଜାତି ଦ୍ୱାରା ମିଳିମିଶି ପାରିବ । ଯଦି ତାହା ନହୁଏ ତାହେଲେ ସେମାନେ ସେହି ନବଜାତ ଶିଶୁ ସହିତ ଏପରି କିଛି କରନ୍ତି ଯାହା ଶୁଣିଲେ ଆପଣ ଭୟରେ ଥରି ଉଠିବେ । ଆମେ ଯେଉଁ ଜନଜାତି ବିଷୟରେ କହୁଛୁ ତାଙ୍କୁ ଜାରୱା ଜନଜାତି କୁହାଯାଏ । ଏହି ଜନଜାତି ଗର୍ଭବତୀ ମହିଳାମାନଙ୍କୁ ପଶୁ ରକ୍ତ ପିଇବାକୁ ଦେଇଥାନ୍ତି ଯାହାଦ୍ୱାରା ସେମାନେ ଜନ୍ମ ଦେବାକୁ ଯାଉଥିବା ପିଲାର ରଙ୍ଗ କଳା ହେବ ।

ଯେତେବେଳେ ଏହି ଜନଜାତିରେ ଏକ ଗୋରା ଶିଶୁ ଜନ୍ମ ହୁଏ ସେତେବେଳେ ତାକୁ ହତ୍ୟା କରାଯାଇଥାଏ ଏବଂ ଏହା ପଛର କାରଣ ହେଉଛି ପିଲାଟି ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବ ଏବଂ ସେ ନିଜକୁ ଅଲଗା ଅନୁଭବ କରିବ । କେବଳ ଏହି କାରଣ ଯୋଗୁଁ ଏହି ଜନଜାତିର ଲୋକମାନେ କଳା ସନ୍ତାନ ଚାହାଁନ୍ତି ।

Leave A Reply

Your email address will not be published.