Below header

କ୍ୟାରମ୍ ମ୍ୟାଚରେ ଦମଦାର୍ ଷ୍ଟାଇକ୍ ମାରି ମନ ଜିତିଲେ ୮୩ ବର୍ଷୀୟା ବୃଦ୍ଧା, ଭାଇରାଲ୍ ହେଉଛି ଭିଡିଓ

ସଞ୍ଜୟ ଦତ୍ତ ଅଭିନିତ ଫିଲ୍ମ ମୁନ୍ନା ଭାଇ MBBSକୁ କିଏ ବା ନଦେଖିଛି। ତେବେ ଏହି ଫିଲ୍ମର ଆଇକନିକ କ୍ୟାରମ୍ ମ୍ୟାଚ୍ ଦୃଶ୍ୟ ଆପଣଙ୍କର ମନେ ଅଛି କି ଦର୍ଶକବନ୍ଧୁ? ସଞ୍ଜୟ ଦତ୍ତ ଏବଂ ଅର୍ଶଦ ୱାର୍ସି ଙ୍କ କମେଡି ବ୍ୟତୀତ ଏହିପରି ଅନେକ ଆଇକନିକ ଦୃଶ୍ୟ ଯୋଗୁଁ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ବ୍ଲକବଷ୍ଟର ହୋଇଥିଲା।

ତେବେ ଏହି ଫିଲ୍ମରେ ଡାକ୍ତରଖାନା ଭିତରେ ଥିବା କାରମ ମ୍ଯାଚ୍ ଦୃଶ୍ୟ କୁ ଟିକେ ମନେପକାନ୍ତୁ ଯେଉଁଠାରେ ସଞ୍ଜୟ ଦତ୍ତ ଜଣେ ବୃଦ୍ଧଙ୍କ ସହ କ୍ୟାରମ୍ ଖେଳୁଥିଲେ। ସିନେମା ହଲ ଭିତରେ ଏହି ସିନ୍ କୁ ଦେଖି ଦର୍ଶକଙ୍କ ଆଖିରେ ଲୁହ ଆସିଯାଇଥିଲା। ଏହି ଦୃଶ୍ୟଟି ଚଳଚ୍ଚିତ୍ରର କ୍ଲାସିକ୍ ହିଟ୍ ହେବାର ଅନ୍ୟତମ କାରଣ ଥିଲା।

ଏହି ଏହି ଫିଲ୍ମ ଆଉ ଏହି କ୍ୟାରମ୍ ମ୍ଯାଚ୍ ସିନ୍ କୁ ମନେ ପକାଇବାର କାରଣ ହେଉଛି କି, ବର୍ତମାନ ସୋସିଅଆଲ୍ ମିଡିଆର ପୁଣେର ଜଣେ ୮୩ ବୃଦ୍ଧାଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ। ଏହି ଭିଡିଓକୁ ଦେଖିଲେ ମୁନ୍ନା ଭାଇ MBBS ଫିଲ୍ମର ସେହି ଆଇକନିକ୍ ଦୃଶ୍ୟର ସମସ୍ତଙ୍କୁ ମନେ ପକାଇ ଦେଉଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଟିକୁ ବୃଦ୍ଧାଙ୍କ ନାତି ଦ୍ୱାରା ସେୟାର କରାଯାଇଥିବା ଜଣାପଡିଛି । ଭିଡିଓ ଇଣ୍ଟରନେଟରେ ସମସ୍ତଙ୍କ ହୃଦୟ ଜିତିଛି।

ୟୁଜର୍ ଅକ୍ଷୟ ମରାଥେ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, ମୋର ୮୩ ବର୍ଷୀୟ ଅଜିଙ୍କ ଦ୍ୱାରା ଅନୁପ୍ରାଣିତ। ଯିଏ ପୁଣେର ଅଲ-ମାଗରପଟ୍ଟା ସିଟି କ୍ୟାରମ୍ ଟୁର୍ନାମେଣ୍ଟରେ ଡବଲ୍ସରେ ସ୍ୱର୍ଣ୍ଣ ଏବଂ ସିଙ୍ଗଲରେ ବ୍ରୋଞ୍ଜ ଜିତିଛନ୍ତି।

୩୦ ହଜାରରୁ ଅଧିକ ଭ୍ୟୁ ସହିତ, ଭିଡିଓଟିକୁ ୩୩୬ ରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟ ମିଳିସାରିଲାଣି। ଜଣେ ୟୁଜର୍ସ ଲେଖିଛନ୍ତି, “ବହୁତ ସାନଦାର୍”, ଆଉ ଜଣେ ଲେଖିଛନ୍ତି, ବହୁତ ସୁନ୍ଦର ଏବଂ ପ୍ରେରଣାଦାୟକ, ଅନେକ ଅଭିନନ୍ଦନ ଜଣାଛନ୍ତି। ଅକ୍ଷୟଙ୍କ ଅଜି ପ୍ରମାଣ କରିଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା। ୮୩ ବର୍ଷର ହୋଇ ବି ତାଙ୍କଠାରୁ ବହୁତ ସାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେ ପରାସ୍ତ କରିଥିଲେ। ଯାହା ତାଙ୍କ ସଫଳତାକୁ ଅଧିକ ସ୍ବତନ୍ତ୍ର କରିପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.