ଅଶନୀର ଗ୍ରୋଭରଙ୍କ ଷ୍ଟାର୍ଟଅପ୍‌ରେ ହେଉଛି ନୂଆ ନିଯୁକ୍ତି, ୫ ବର୍ଷ କ୍ରମାଗତ କାମ କଲେ ମିଳିବ ମର୍ସିଡିଜ୍‌!

ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ସିଜନ ଓ୍ଵାନ୍‌ର ଜଜ୍‌ ତଥା ଭାରତ ପେ’ର ଫାଉଣ୍ଡର ରହିଥିବା ଅଶନୀର ଗ୍ରୋଭର ୧୦ ଜାନୁୟାରୀ, ୨୦୨୩ରୁ ନିଜର ନୂଆ ଷ୍ଟାର୍ଟଅପ୍‌ ପାଇଁ ନିଯୁକ୍ତି ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ଗ୍ରୋଭର ନିବେଶକମାନଙ୍କୁ ଷ୍ଟାର୍ଟଅପରେ ପଇସା ବିନିଯୋଗ ପାଇଁ ମଧ୍ୟ ଆମନ୍ତ୍ରିତ କରିଛନ୍ତି।

କେବଳ ଏତିକି ନୁହେଁ, ଅଶନୀର ଗ୍ରୋଭର ନିଜର ଷ୍ଟାର୍ଟଅପ୍‌ ଜଏନ୍‌ କରିବାକୁ ଥିବା ଲୋକଙ୍କୁ ଏକ ବଢ଼ିଆ ଅଫର୍‌ ଦେଇଛନ୍ତି। ସେ କହିଛନ୍ତି କି, ଯେଉଁ ଲୋକ ତାଙ୍କ ଷ୍ଟାର୍ଟଅପ୍‌ ‘ଥାର୍ଡ ୟୁନିକର୍ଣ୍ଣ’ରେ କ୍ରମାଗତ ୫ ବର୍ଷ କାମ କରିବେ, ସେମାନଙ୍କୁ କମ୍ପାନୀ ତରଫରୁ ମର୍ସିଡିଜ୍‌ ଦିଆଯିବ।

କହି ରଖୁଛୁ, ଅଶନୀର ଗ୍ରୋଭର ବର୍ଷ ୨୦୨୨ରେ ନିଜର ଷ୍ଟାର୍ଟଅପ୍‌ କମ୍ପାନୀ ‘ଥାର୍ଡ ୟୁନିକର୍ଣ୍ଣ’ର ଘୋଷଣା କରିଥିଲେ। କିନ୍ତୁ ସେବେଠାରୁ ଏହି କମ୍ପାନୀ ବିଷୟରେ କୌଣସି ଖାସ୍‌ ସୂଚନା ମାର୍କେଟ୍‌ରେ ନାହିଁ। LinkedInରେ ଏହି ଷ୍ଟାର୍ଟଅପ୍ ବିଷୟରେ ଏକ ସୂଚନା ସେୟାର କରି ଅଶନୀର ଲେଖିଛନ୍ତି, ‘ଆସ ୨୦୨୩ରେ କିଛି କାମ କରିବା। ଆମେ ‘ଥାର୍ଡ ୟୁନିକର୍ଣ୍ଣ’ ଜରିଆରେ ବଜାରକୁ ଦୋହଲାଇ ଦେବା ଭଳି କାମ କରୁଛୁ’। ଏ ପର୍ଯ୍ୟନ୍ତ ଏହି ଷ୍ଟାର୍ଟଅପରେ କୌଣସି ନିବେଶକଙ୍କ ପଇସା ଲାଗିନାହିଁ ଏବଂ ଏଥିରେ ଜିନିଷଗୁଡ଼ିକ ନିଆରା ରହିଛି। ଏହି ଷ୍ଟାର୍ଟଅପ୍ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଖାସ୍‌ ସୂଚନା ନାହିଁ।

ଅଶନୀର ଗ୍ରୋଭର ‘ଥାର୍ଡ ୟୁନିକର୍ଣ୍ଣ’ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଆମେ କୌଣସି ବଡ଼ କ୍ୟାପିଟାଲିଷ୍ଟଙ୍କଠାରୁ ଟଙ୍କା ଆଣି ନିଜ କମ୍ପାନୀକୁ ଛିଡ଼ା କରାଇବାକୁ ଚାହୁଁନାହୁଁ। ଆମେ କେବଳ ନିଜର ରୋଜଗାର କିମ୍ବା ପୁଞ୍ଜି ପଇସାରୁ ହିଁ ଏହି ଷ୍ଟାର୍ଟଅପ୍‌ର ଫଣ୍ଡିଂ କରିବାକୁ ଯାଉଛୁ। ସେ କହିଥିଲେ କି, ବର୍ତ୍ତମାନ ତାଙ୍କ ଷ୍ଟାର୍ଟଅପରେ କେବଳ ୫୦ ଲୋକଙ୍କ ଟିମ୍ ରହିବ। ଏଥି ସହିତ ଯେଉଁ ଲୋକ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କମ୍ପାନୀ ସହିତ ଜଡିତ ରହିବେ, ତାଙ୍କୁ ପରେ ମର୍ସିଡିଜ୍ କାର୍ ଉପହାରରେ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.