ରଣଜୀ ଟ୍ରଫିରେ ରେକର୍ଡ କଲେ ପୃଥ୍ଵୀ ଶ, ୩୭୯ ରନ୍‌ କରି ଭାଙ୍ଗିଲେ ସଞ୍ଜୟ ମଞ୍ଜେରକରଙ୍କ ରେକର୍ଡ

ଷ୍ଟାର କ୍ରିକେଟର ପୃଥ୍ଵୀ ଶ ଦୀର୍ଘଦିନରୁ ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡିଛନ୍ତି। ଭଲ ଫର୍ମରେ ଥିବା ସତ୍ତ୍ୱେ ତାଙ୍କୁ ଟିମ୍‌ରେ ସ୍ଥାନ ମିଳୁନି । ଚୟନକର୍ତ୍ତା ଟିମ୍‌ ତାଙ୍କୁ ଦଳରେ ସ୍ଥାନ ଦେବାକୁ ଅରାଜି ରହିଛନ୍ତି। କିନ୍ତୁ ଏବେ ପୃଥ୍ଵୀ ଶ ଏମିତି ପ୍ରଦର୍ଶନ କରି ଆଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ମୁମ୍ବାଇ ଟିମରୁ ଖେଳି ୩୭୯ ରନ୍‌ କରି ରେକର୍ଡ କରିଛନ୍ତି । ରଣଜୀ ଟ୍ରଫିରେ ରୋହିତ ଏବଂ ବିରାଟଙ୍କ ମଧ୍ୟ ଏଭଳି ରେକର୍ଡ କରିପାରିନାହାନ୍ତି ।

ପ୍ରଥମ ଆସାମ ଟିମ୍‌ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ପକ୍ଷରୁ ବ୍ୟାଟିଂ କରୁଥିବା ପୃଥ୍ଵୀ ଶ ଧମାକେଦାର ବ୍ୟାଟିଂ କରି ଦ୍ୱିତୀୟ ଶତକ କରିଥିଲେ। ହେଲେ ମାତ୍ର ୪୦୦ ରନ କରିବାରୁ ବଞ୍ଚିତ ହୋଇଥିଲେ । ସେ ୩୮୩ ବଲରେ ୩୭୯ ରନ୍‌ କରିଛନ୍ତି । ଏଥିରେ ୪୯ ଚଉକା ଏବଂ ୪ଟି ଛକା ରହିଛି ।

୩୭୯ ରନ୍ ସ୍କୋର କରିବା ମାତ୍ରେ ରଣଜୀ ଟ୍ରଫି ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିବା ଖେଳାଳି। ସେ ୩୭୭ ରନ୍ ସ୍କୋର କରିଥିବା ସଞ୍ଜୟ ମଞ୍ଜରେକରଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ରଣଜୀ ଟ୍ରଫିରେ ସର୍ବାଧିକ ସ୍କୋର କରିବା ପାଇଁ ବିବି ନିମ୍ବଲକର ନାମରେ ରେକର୍ଡ ରହିଛି। ସେ ୧୯୪୮ରେ କାଟିଆୱାରଙ୍କ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ ଖେଳିଥିଲେ। ୨୩ ବର୍ଷୀୟ ପୃଥ୍ଵୀ ଶ ସୁନୀଲ ଗାଭାସ୍କର ଏବଂ ଚେତେଶ୍ୱର ପୂଜାରାଙ୍କୁ ରେକର୍ଡକୁ ପଛରେ ପକାଇଛନ୍ତି । ରଣଜୀ ଟ୍ରଫିରେ ଗାଭାସ୍କରଙ୍କ ସର୍ବାଧିକ ସ୍କୋର ୩୪୦ ରନ ରହିଛି । ଏଥି ସହିତ ପୂଜାରା ୨୦୧୨ ମସିହାରେ କର୍ଣ୍ଣାଟକ ବିପକ୍ଷରେ ୩୫୨ ସ୍କୋର କରିଥିଲେ।

ଭାରତୀୟ ଦଳକୁ ଫେବୃଆରୀ ଏବଂ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ସିରିଜ୍ ଖେଳିବ । ତେବେ ପୃଥ୍ଵୀ ଶ ତୃତୀୟ ଶତକ ଲଗାଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସୁଯୋଗ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.