ନିଜଠୁ ୬ ବର୍ଷ ସାନ ଆଦିଲ୍‌ଙ୍କୁ ବାହା ହେଲେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ; କୋର୍ଟ ବିବାହର ସାର୍ଟିଫିକେଟ୍‌ ଧରିଥିବାର ଫଟୋ ଭାଇରାଲ

ମନୋରଞ୍ଜନ ଜଗତର ଡ୍ରାମା କ୍ୱିନ୍‌ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କୁ ନେଇ ବର୍ତ୍ତମାନ ଅନେକ ଖବର ସାମ୍ନାକୁ ଆସୁଛି। ରାକ୍ଷୀ ଯେବେଠାରୁ ନିଜ ପ୍ରେମିକ ଆଦିଲଙ୍କ ବିଷୟରେ ଦୁନିଆକୁ କହିଛନ୍ତି, ସେବେଠାରୁ ସେ ପ୍ରାୟତଃ ଅନେକ ସମୟରେ ଆଦିଲଙ୍କ ସହିତ ହିଁ ନଜର ଆସୁଛନ୍ତି। ଏବେ ଏହି ଯୋଡି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ସାଉଁଟୁଛନ୍ତି।

ଖବର ଆସୁଛି କି, ରାକ୍ଷୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ଏଥର ଆଦିଲଙ୍କୁ ନିଜ ଜୀବନସାଥୀ କରିଛନ୍ତି। ଉଭୟଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କୋର୍ଟ ବିବାହର ପ୍ରମାଣପତ୍ର ଧରିଥିବାର ନଜର ଆସିଛନ୍ତି। ରାକ୍ଷୀଙ୍କର ଏପରି ଫଟୋ ଦେଖି ଫ୍ୟାନ୍‌ମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେମାନେ ଏହା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ରାକ୍ଷୀ ଓ ଆଦିଲଙ୍କ ସମ୍ପର୍କ ସର୍ବଦା ଲାଇମ୍‌ଲାଇଟରେ ରହିଆସିଛି। ସର୍ବସାଧାରଣରେ ଉଭୟ ପରସ୍ପର ପ୍ରତି ପ୍ରେମ ପ୍ରକାଶ କରୁଥିବାର ଦେଖାଯାଏ। କିନ୍ତୁ ଲାଗୁଛି, ବର୍ତ୍ତମାନ ରାକ୍ଷୀ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେଇଛନ୍ତି। ରାକ୍ଷୀ ଓ ଆଦିଲ ଦୁନିଆ ନଜରରୁ ଲୁଚି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏହି ଦମ୍ପତି କୋର୍ଟ ବିବାହ କରିଛନ୍ତି ଏବଂ କୋର୍ଟ ବିବାହ ପରେ ସେମାନଙ୍କର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଉଭୟ ବେକରେ ବରମାଳା ପିନ୍ଧିଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଆଦିଲ ଓ ରାକ୍ଷୀଙ୍କର ବିବାହ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋଗୁଡ଼ିକରେ ରାକ୍ଷୀ ହ୍ଵାଇଟ୍‌ ଓ ପିଙ୍କ୍‌ ରଙ୍ଗର ଶରାରା ପିନ୍ଧିଥିବା ବେଳେ ଆଦିଲ ନିଜର ସିମ୍ପଲ୍‌ ଲୁକରେ ନଜର ଆସୁଛନ୍ତି। ସେ ବ୍ଲାକ୍‌ ଶାର୍ଟ ସହିତ ଡେନିମ୍ ଜିନ୍ସ ପିନ୍ଧିଛନ୍ତି।

ସାମ୍ନାକୁ ଆସିଥିବା ଫଟୋରେ ଉଭୟ ନିଜର କୋର୍ଟ ବିବାହର ପ୍ରମାଣପତ୍ର ଧରିଛନ୍ତି। ଆଉ ଏକ ଫଟୋରେ ସେମାନେ ନିଜ ବିବାହ କାଗଜପତ୍ରରେ ଦସ୍ତଖତ କରୁଥିବାର ଦେଖା ଯାଉଛନ୍ତି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା କ୍ଷଣି ଫ୍ୟାନ୍‌ମାନେ ବହୁତ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି। କହି ରଖୁଛୁ, ଆଦିଲ ଖାନ ଦୁର୍ରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଏବଂ ସେ ଜଣେ ବିଜନେସ୍‌ମ୍ୟାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.