Below header

ଝିଅକୁ ମାରି ପୋଡିଦେବା ଘଟଣା, ୩ ମାଲଭାଇ ଅଟକ

ଗୋପ (କେନ୍ୟୁଜ): ଝିଅକୁ ନିର୍ଦ୍ଦୟ ଭାବେ ହତ୍ୟା ଘଟଣାରେ ବାପା ଗିରଫ । ୩ ମାଲଭାଇ ଅଟକ। ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁରେ ଶେଷକୃତ୍ୟରେ ସହଯୋଗ କରିଥିବା ୩ ମାଲଭାଇ ଅଟକ ଅଛନ୍ତି। ଘଟଣା ନେଇ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ମୃତକ ବିଜିପୁର ଗାଁର ଦୁର୍ଗାଚରଣ ମହାରଣାଙ୍କ ସାନଝିଅ ମୋନାଲି ମହାରଣା। ସାନଭଉଣୀକୁ ହତ୍ୟା ନେଇ ବଡ଼ଭଉଣୀ ରଶ୍ମିତା ମହାରଣା ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁର୍ଗାଚରଣଙ୍କୁ ଗିରଫ କରିଛି। ଗୋପ ପୋଲିସ୍‌ ମଶାଣିକୁ ଯାଇ କିଛି ପାଉଁଶ ସହ ଅସ୍ଥି ଜବତ କରିଛି। ଏହାସହ ସାଇଣ୍ଟିଫିକ୍‌ ଟିମ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.