ଆଫଗାନ ସରକାରଙ୍କ ଅଜବ ନିୟମ: ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏ ପାଠ ପଢିପାରିବେ ତାଲିବାନ ମହିଳା

ପ୍ରାଇମେରୀ ଯାଏ ପଢିପାରିବେ ତାଲିବାନ ମହିଳା। ଆଫଗାନ ସରକାରଙ୍କ ଅଜବ ନିୟମ । ଆଫଗାନିସ୍ତାନରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏ ପଢିପାରିବେ ମହିଳା। ପୂର୍ବରୁ ବିଶ୍ୱବିଦ୍ୟାଳୟ ପଢିବା ଉପରେ କଟକଣା ଲଗାଇଥିଲେ ସରକାର। ଏ ନେଇ ଆନ୍ତର୍ଜାତୀୟ ସ୍ତରରେ ବିରୋଧ ପରେ ପ୍ରାଇମେରୀ ଯାଏ ମହିଳାଙ୍କୁ ପଢିବାକୁ ଅନୁମତି ଦେଇଛନ୍ତି ତାଲିବାନ ସରକାର। ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ଆଦେଶ ଜାରି ହୋଇଛି।

କେବଳ ସେତିକି ନୁହେଁ, ଯେଉଁମାନେ ସ୍କୁଲ ଯିବେ ସେମାନେ ଇସଲାମିକ ନିୟମ ଅନୁସାରେ ପୋଷାକ ପରିଧାନ କରିବାକୁ ବାଧ୍ୟ। ଯେବେଠୁ ଆଫଗାନରେ ତାଲିବାନ ସରକାର ଆସିଛି, ସେବେଠାରୁ ଆଫଗାନିସ୍ତାନରେ ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଏହାକୁ ନେଇ ଅର୍ନ୍ତରାଷ୍ଟ୍ରୀୟ ମଞ୍ଚରେ କଡ଼ା ସମାଲେଚେନା କରାଯିବା ପରେ ମଧ୍ୟ ଶୁଣୁନି ତାଲିବାନ ସରକାର।

ମହିଳାଙ୍କ ଚାକିରି କ୍ଷେତ୍ରରେ ମଧ୍ୟ ବିଭିନ୍ନ କଟକଣା ଲଗାଯାଇଛି। ବାହାରକୁ ବାହାରିଲେ ଗୋଡଠୁ ମୁଣ୍ଡ ଯାଏ ଡ୍ରେସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା ପୁରୁଷରେ ମାର୍କେଟ ଯିବା ମନା। ଏହା ସହ ଜିମ୍ ଓ ପାର୍କକୁ ମହିଳା ପ୍ରବେଶ ନିଷେଧ କରାଯାଇଛି।

କହି ରଖୁଛୁ, ତାଲିବାନ ଆଫ୍‌ଗାନ ଉପରେ କବ୍‌ଜା କରିବା ପରେ ମହିଳା ଏବଂ ଯୁବତୀମାନଙ୍କ ଶିକ୍ଷାକୁ ନେଇ ନାନା ପ୍ରତିବନ୍ଧକ ଜାରି କରିଥିଲା, ଯେଉଁଥିରେ କୁହାଯାଇଥିଲା କି, ପୁରୁଷମାନଙ୍କ ସ୍କୁଲରେ ମହିଳା ଏବଂ ଯୁବତୀ ପାଠ ପଢ଼ି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.