ଦିନରେ ନଜର ରଖୁଥିଲେ ଓ ରାତିରେ ଲୁଟୁଥିଲେ ଏଇ ୯ ଜଣ ଲୁଟେରା

ଭୁବନେଶ୍ୱର ଆପର୍ଟମେଣ୍ଟ ଲୁଟ ଘଟଣାରେ ବଡ ଲୁଟେରା ଗ୍ରୁପଙ୍କୁ ଠାବ କରିଛି ପୋଲିସ । ତେବେ ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ସ୍ପେସ ଟାଉନ ସମେତ ୬ଟି ମାମଲାରେ ରହିଛନ୍ତି ଦାଦା ଆଲିଆସ ଗିରିଶ ନାୟକ।

ଦିନକୁ ଦିନ ବଢ଼ିଚାଲିଛି ଲୁଟେରାଙ୍କ ବିତ୍ପାତ । ଖାସ୍‌ କରି ରାଜଧାନୀରେ ମାତିଛନ୍ତି ଏହି ଲୁଟେରା । ଲୁଟିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଘରେ କେହି ନଥିବାର ଦେଖି ଲୁଟୁଛନ୍ତି । ବାରମ୍ବାର ଏହି ଲୁଟ୍‌ ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ଘୂରି ବୁଲୁଥିଲେ ଏହି ଲୁଟେରା । କେତେବେଳେ ତାଲା ଭାଙ୍ଗି ଲୁଟ୍‌ କରୁଥିଲେ ତ ପୁଣି କେତେ ବେଳେ ମାଲିକ ଘରେ ନଥିବାର ସୁଯୋଗ ନେଇ ପଶୁଥିଲେ । କଥାରେ ଅଛି ଚୋର ଘର କେବେ ଅନ୍ଧାର ରୁହେନି ତାହା ଆଜି ପ୍ରମାଣ ହୋଇଯାଇଛି ।

ଭୁବନେଶ୍ୱର ଆପର୍ଟମେଣ୍ଟ ଲୁଟ ଘଟଣାରେ ବଡ ଲୁଟେରା ଗ୍ରୁପଙ୍କୁ ଠାବ କରିଛି ପୋଲିସ । ତେବେ ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ସ୍ପେସ ଟାଉନ ସମେତ ୬ଟି ମାମଲାରେ ରହିଛନ୍ତି ଦାଦା ଆଲିଆସ ଗିରିଶ ନାୟକ। ଗିରଫ ମଧ୍ୟରେ ବି ରହିଛନ୍ତି ଭେଟରାନ କ୍ରିମିନାଲ ବୁଲୁ ପାତ୍ର। ଓଡ଼ିଶା ତଥା ଓଡ଼ିଶା ବାହାରେ ସକ୍ରିୟ। ତେବେ ତାଙ୍କ ଠାରୁ ୪ଟି ମୋଟର ସାଇକେଲ, ୩ଲକ୍ଷ ୨୦ ହଜାର କ୍ୟାସ୍, ସୁନା ଅଳଙ୍କାର ଜବତ ହୋଇଛି ।

ତେବେ ଦିନ ବେଳେ ରଖୁଥିଲେ ନଜର । ରାତି ୧ଟାରୁ ୩ ମଧ୍ୟରେ କରୁଥିଲେ ଲୁଟ। ବିଭିନ୍ନ ଆପାର୍ଟମେଣ୍ଟକୁ କରୁଥିଲେ ଟାର୍ଗେଟ । ଲୁଟ୍‌ କରି ପୋଲିସକୁ ଦେଉଥିଲେ ଚକ୍‌ମା । ମଞ୍ଚେଶ୍ୱର ସମେତ ୧୦ଟି ମାମଲା ହୋଇଛି । ତିନୋଟି ଟିମ୍ ଗଠନ କରି ତଦନ୍ତ କରୁଥିଲା ପୋଲିସ । ଏନେଇ ୯ ଲୁଟେରା ଗିରଫ ହୋଇଥିବା ବେଳେ ଗିରଫ ଲୁଟେରାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ ।