Below header

ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ, ଛାତ୍ରମାନଙ୍କୁ ୯ ହଜାର ଏବଂ ଛାତ୍ରୀମାନଙ୍କୁ ୧୦ ହଜାର ମିଳିଛି

ପୋଲିସ ରିଜର୍ଭ ପଡ଼ିଆରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।

ବାଲେଶ୍ୱର(କେନ୍ୟୁଜ୍‌): ପୋଲିସ ରିଜର୍ଭ ପଡ଼ିଆରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏନେଇ ଆୟୋଜିତ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ପିଲାମାନଙ୍କ ସାମଗ୍ରିକ ବିକାଶ କେମିତି ହୋଇପାରିବ ସେନେଇ ପରାମର୍ଶ ଦେଇଥିଲେ। ବାଲେଶ୍ଵର ଜିଲ୍ଲାର ସମୁଦାୟ ୭୪ଟି କଲେଜର ୩୧ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି ।

ଯେଉଁଥିରେ ଛାତ୍ରମାନଙ୍କୁ ୯ ହଜାର ଏବଂ ଛାତ୍ରୀମାନଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯାଇଛି ଯାହାକି ଛାତ୍ରଛାତ୍ରୀଙ୍କ ପାଠ ପଢିବାରେ ସହାୟକ ହୋଇପାରିବ । ସାଧାରଣତଃ ଗରିବ ଶ୍ରେଣୀର ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ ଏହି ବୃତ୍ତି ସହାୟତା ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ କଳା ବିକାଶ ଏବଂ ସେମାନଙ୍କ ପାଇଁ ନିଯୁକ୍ତିରେ ସୁବନ୍ଦୋବସ୍ତ କରାଇବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ପାଞ୍ଚ ତାରିଖ ପାଖରୁ ଆରମ୍ଭ ହେବାକୁ ଯାଉଛି ମ୍ୟାଜିକ କାର୍ଡ। ଯାହାର ଘୋଷଣା ଆଜି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତକି ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ। ଏହି ମ୍ୟାଜିକ କାର୍ଡ ଜରିଆରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାର ବିକାଶ ହୋଇ ପାରିବ। ଯେଉଁଥିରେ ସେମାନେ ପାଠ ପଢା ସାଙ୍ଗକୁ ନିଜ ଭିତରେ ଥିବା ପ୍ରତିଭା ପ୍ରତିପାଦନ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.