ଝିଅ ଅପହରଣ ଅଭିଯୋଗ ନେଇ ଥାନା ସମ୍ମୁଖରେ ହୋହାଲ୍ଲା କଲେ ପରିବାର ଲୋକେ

ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ଗାଁ ବନ୍ଦସାହିରୁ ଶରତ ସ୍ୱାଇଁଙ୍କ ଝିଅ ସଂଘମିତ୍ରା ସ୍ୱାଇଁଙ୍କୁ ଅପହରଣ ହୋଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି l ଝିଅର ଅପହରଣ ହୋଇଥିବା ଅଭିଯୋଗ ନେଇ ତାଙ୍କ ପରିବାର ଲୋକେ ଧାଇଁ ଆସିଥିଲେ ଥାନାକୁ ହେଲେ ଥାନାରେ ଅଭିଯୋଗ କରିବାର ୪/୫ ଦିନ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସେ କହିଛନ୍ତି ।

ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି ଲୋକେ । ହୋହାଲ୍ଲା ପାଟିତୁଣ୍ଡରେ ଫାଟି ପଡ଼ୁଛି ପୂରା ପରିବେଶ । ଲୋକେ ଥାନାକୁ ନ୍ୟାୟ ପାଇବା ଆଶାରେ ଅଭିଯୋଗ ନେଇ ଯାଇଥାଆନ୍ତି ହେଲେ ଏଠାରେ ଦୃଶ୍ୟ କିଛି ଅଲଗା ଦେଖିବାକୁ ମିଳିଛି । ଏଇ ଦେଖୁ ନାହାନ୍ତି କିଭଳି ଥାନା ସମ୍ମୁଖରେ ପାଟିତୁଣ୍ଡ କରିବା ସହ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ।

ତେବେ ପ୍ରକୃତରେ ଘଟଣା କଣ ? ଏବଂ ଏହି ଥାନା ସମ୍ମୁଖରେ କାହିଁକି ଏତେ ଲୋକ ଏଭଳି ଜୋରସୋରରେ ପାଟିତୁଣ୍ଡ କରୁଛନ୍ତି ସେ ବିଷୟରେ ଆମେ ଜାଣିବାକୁ ଚେଷ୍ଟା କଲୁ । ପରେ ଜଣାପଡ଼ିଥିଲା କି ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି । ସେହି ଘଟଣାକୁ ନେଇ ଏଭଳି ଉତ୍ତେଜନା ଦେଖିବାକୁ ମିଳିଛି। ତେବେ ଏହି ଦୃଶ୍ୟ ଥିଲା ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ସମ୍ମୁଖର ।

ତେବେ ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ଗାଁ ବନ୍ଦସାହିରୁ ଶରତ ସ୍ୱାଇଁଙ୍କ ଝିଅ ସଂଘମିତ୍ରା ସ୍ୱାଇଁଙ୍କୁ ଅପହରଣ ହୋଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି l ଝିଅର ଅପହରଣ ହୋଇଥିବା ଅଭିଯୋଗ ନେଇ ତାଙ୍କ ପରିବାର ଲୋକେ ଧାଇଁ ଆସିଥିଲେ ଥାନାକୁ ହେଲେ ଥାନାରେ ଅଭିଯୋଗ କରିବାର ୪/୫ ଦିନ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସେ କହିଛନ୍ତି ।

ସମ୍ପୂର୍ଣ୍ଣ ଘଟଣା ହେଉଛି ଯେ ଗତ ୨୫ ତାରିଖ ଅଗ୍ନୀ ଉତ୍ସବ ପାଇଁ ଗାଁ ନିକଟସ୍ଥ ବନ୍ଦସାହିକୁ ସଂଘମିତ୍ରା ସାଙ୍ଗ ମାନଙ୍କ ସହ ଯାଇଥିଲେ। ସେଠାରେ ସେ ସାଙ୍ଗମାନଙ୍କ ସହ ପୂଜା କରିଥିଲେ । କିନ୍ତୁ ସେହିଠାରୁ କୁଆଡ଼େ ଟିଣା ଗ୍ରାମର ରାଜେଶ ନାୟକ ଏବଂ ତାଙ୍କ ସହଯୋଗୀ ତାଙ୍କୁ ଅପହରଣ କରି ନେଇଛନ୍ତି l ଏ ନେଇ ପରିବାର ଲୋକେ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି। ଆଜି ଏହି ଘଟଣାକୁ ନେଇ ବିଂଝାରପୁର ଥାନାରେ ଉତ୍ତେଜନା ଦେଖା ଦେଖାଦେଇଥିଲା l

ବିଂଝାରପୁର ଥାନାରେ ଯାଜପୁର ଏସଡ଼ିପିଓ ସତ୍ୟବ୍ରତ ଲେଙ୍କା, ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟୀ ସାହୁ, ଅଳକୁଣ୍ଡ ଥାନା ଅଧିକାରି ପ୍ରଶାନ୍ତ ଦାସ, ଦଶରଥପୁର ଥାନା ଅଧିକାରି ବଦ୍ରିକାନାଥ ବେହେରା ପହଞ୍ଚି ବୁଝାସୁଝା କରିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଥମିଥିଲା । ହେଲେ ତୁରନ୍ତ ସଂଘମିତ୍ରାଙ୍କୁ ଉଦ୍ଧାର କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.