Below header

ଗୋଟିଏ ଦିନରେ ଛିଡା ହୋଇଗଲା ୧୦ ମହଲା କୋଠା, କେମିତି ଜାଣିବା ପାଇଁ ପଢନ୍ତୁ …

ଏକ ବଡ ବିଲଡିଂଗ ନିର୍ମାଣ କରିବା ପାଇଁ ମାସ ମାସ ଏମିତିକି ବର୍ଷ ବର୍ଷ ସମୟ ଲାଗିଯାଏ । କିନ୍ତୁ ମାତ୍ର ଗୋଟିଏ ଦିନ ଭିତରେଯେ ଏକ ବିରାଟ କାୟ ବିଲଡିଂଗ ତିଆରି ହୋଇଯିବ ସେ କଥା ବିଶ୍ୱାସ କରିହେଉନି ନା । କିନ୍ତୁ ଏମିତି ହିଁ ଏକ ଅଦ୍ଭୁତ ଘଟଣା ଚିନରେ ଘଟିଛି । ଏଠାକାର ଚାଙ୍ଗମା ସହରରେ Board Group ନାମକ ଏକ କମ୍ପାନୀ ମାତ୍ର ୨୮ ଘଣ୍ଟା ୪୫ ମିନିଟର ସମୟ ମଧ୍ୟରେ ୧୦ ମହଲାର ଏକ ବିଲଡିଂଗ ଛିଡା କରିପାରିଛି । ଏବେ ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି | ଯାହାକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଖାଲି ଭିଡିଓ ନୁହେଁ କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି |

ଏହି ବିରାଟକାୟ ମହଲା ନିର୍ମାଣ କରିବା ପାଇଁ କମ୍ପାନୀ ପକ୍ଷରୁ ପ୍ରି ଫେବ୍ରିକେସନ କନ୍ଷ୍ଟ୍ରକ୍ସନ ସିଷ୍ଟମ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏଥି ପାଇଁ ଛୋଟ ସେଲ୍ଫ କଣ୍ଟେନଡ ମୋଡ୍ୟୁଳାର ୟୁନିଟସ ଟେକନିକ ନାମକ ଏକ ବିଶେଷ ଟେକନିକ ବ୍ୟବହାର କରାଯାଇଥାଏ । ଏଗୁଡ଼ିକୁ ପ୍ରଥମେ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯାଇଥାଏ । ପ୍ରି ଫେବ୍ରିକେସନକୁ ସେଲ୍ଫକୁ ଯୋଡିବା ପାଇଁ ବ୍ୟବହାର କରାଯାଏ । ପ୍ରଥମେ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହୋଇଥିବା ଖନ୍ଡ ଗୁଡିକୁ ବିଲଡିଂ ତିଆରି ହେଉଥିବା ସ୍ଥାନକୁ ନିଆଯାଏ । ଯାହାକୁ ସିଲସିଲେବାର ତରିକରେ ନଟବୋଲ୍ଟ ସାହାଯ୍ୟରେ ଯୋଡାଯାଇ ବିଲଡିଂ ତିଆରି କରାଯାଏ । ଆଉ ଏହା ଏତେ ତୁରନ୍ତ କାମ କରେଯେ ଖୁବ କମ ସମୟରେ ବଡରୁ ବଡ ବିଲଡିଂ ତିଆରି ହୋଇଯାଏ । ନିର୍ମାଣ ହୋଇଗଲା ପରେ ଇଲେକ୍ଟ୍ରିସିଟି ଓ ପାଣି କନେକ୍ସନ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.