ଜଳଖିଆରେ ଆପଣ ବି ଖାଉଛନ୍ତି କି କର୍ଣ୍ଣଫ୍ଲେକ୍ସ! ଦେଖାଦେଇପାରେ ଏସବୁ ସମସ୍ୟା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି। କିନ୍ତୁ ଅନେକ ଲୋକ ଏବେ ବି ଶରୀରକୁ ଜଗୁଛନ୍ତି ଓ ନିୟମିତ ଏକ୍ସରସାଇକ କରିବା ସହ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଉଛନ୍ତି। ତେବେ ଲୋକମାନେ ନିଜକୁ ଫିଟ ରଖିବାକୁ ଏବେ ବହୁଳ ଭାବେ ଓଟସ, କର୍ଣ୍ଣଫ୍ଲେକ୍ସ ଆଦି ଖାଉଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କର୍ଣ୍ଣଫ୍ଲେକ୍ସ ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା କର୍ଣ୍ଣଫ୍ଲେକ୍ସ ଖାଇଲେ କି କି ସମସ୍ୟା ହୁଏ…

  • କର୍ଣ୍ଣଫ୍ଲେକ୍ସରେ ନ୍ୟୁଟ୍ରିସନର ମାତ୍ରା ଶୂନ ଥାଏ। ଏଥିରେ କର୍ଣ୍ଣସିରପ ଓ ବନସ୍ପତି ତେଲ ଭଳି ଉପାଦାନ ଥାଏ। ଯାହା ଶରୀର ପାଇଁ ଅତ୍ୟନ୍ତ ଖରାପ।
  • କର୍ଣ୍ଣଫ୍ଲେକ୍ସରେ ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ମାତ୍ରାରେ ରହିଛି। ଏହା ବ୍ଲଡ଼ ସୁଗାର ଲେବଲ ବଢ଼ାଇଦିଏ।
  • କର୍ଣ୍ଣଫ୍ଲେକ୍ସର ସ୍ୱାଦ ବଢ଼ାଇବା ପାଇଁ ଏଥିରେ ସ୍ୱିଟନର ମିଶାଯାଏ। ଏହା ଖାଇବା ଦ୍ୱାରା ଡାଇବେଟିସ ହେବା ସମ୍ଭାବନା ରହିଛି।
  • ଏଣୁ କର୍ଣ୍ଣଫ୍ଲେକ୍ସ ବଦଳରେ ଜଳଖିଆରେ ଓଟସ ଓ ଦଲିଆ ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.