Below header

ଜବରଦସ୍ତ ଅନ୍ଦାଜରେ ଡ୍ରମ ବଜାଉଛି ଏହି ୫ ବର୍ଷର ବାଳିକା, Video ଦେଖିଲେ ଆପଣ ବି କହିବେ ବାଃ ବାଃ

ଆକ୍ଟିଂ, ସିଙ୍ଗିଙ୍ଗ ହେଉ ଅବା ଡ୍ୟାନ୍ସିଙ୍ଗ, ଏ ସବୁଥିରେ ଆଗୁଆ କୁନି କୁନି ପିଲା। ପିଲାମାନଙ୍କର ଏହିଭଳି ପ୍ରତିଭାକୁ କେହି ବି ପ୍ରଶଂସା ନ କରି ରହିପାରିବ ନାହିଁ। ଆଜିକାଲି ସବୁ ପିଲା ଜଣେ ଜଣଙ୍କଠୁ ବଳି। ଏବେ ସୋସିଆଲ ମିଡିଆରେ ଏମିତି ଜଣେ ୫ ବର୍ଷର ପିଲାର ଟ୍ୟାଲେଣ୍ଟ ଖୁବ ଭାଇରଲ ହେବାରେ ଲାଗିଛି।

କୁନି ଝିଅଟି ଜବରଦସ୍ତ ଅନ୍ଦାଜରେ ଡ୍ରମ ବଜାଇ ସମସ୍ତଙ୍କୁ ଚକିତ କରିଦେଉଛି। ଏହି ଭିଡ଼ିଓକୁ ଟୁଇଟର ୟୁଜର @RexChapman ସେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି, ‘ବୟସ ୫ ବର୍ଷ…ବିଶ୍ୱାସ ହେଉନି’। ଝିଅଟି ପୂରା ଜୋସରେ ଡ୍ରମ ବଜାଉଛି।

ass

କିନ୍ତୁ ଡ୍ରମ ବଜାଇବା ଆଗରୁ ସେ ଯେଭଳି ଭାବେ ଡ୍ରମ ଷ୍ଟିକକୁ ଆଙ୍ଗୁଠିରେ ବୁଲାଉଛି, ତାହାକୁ ଦେଖି ଅନୁମାନ କରାଯାଉଛି କି, ବାଳିକା ଜଣକ ମାମୁଲି ନୁହେଁ। ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୮ ଲକ୍ଷ ୪୩ ହଜାରରୁ ଅଧିକ ଭିୟୁଜ ମିଳିସାରିଥିବା ବେଳେ ୨୨ ହଜାରରୁ ଅଧିକ ଲାଇକ୍ସ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.