Below header

କଦଳୀ କାନ୍ଦି ପାଖରେ ପାଇ ଖୁସିରେ ଝୁମି ଉଠିଲା ହାତୀ ଛୁଆ, ଦେଖନ୍ତୁ ଏହି ଭିଡିଓ

ଛୋଟ ଛୁଆ ମାନଙ୍କ କୌତିକିଆ ଖେଳ ଦେଖିବାକୁ ଖୁବ ମଜା ଲାଗିଥାଏ । ଯଦି ଛୁଆ ଟି ଏକ ହାତୀ ଛୁଆ ହୁଏ ତ ମଜା ଦଶ ଗୁଣା ବଢିଯାଏ । ଏକ ହାତୀ ଛୁଆର ମନ ଖୁସି କରିଦେବା ଭଳି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ମାନଙ୍କରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଥରେ ଦେଖିଲେ ଆପଣଙ୍କ ଆନନ୍ଦର ସୀମା ରହିବ । ସାଧାରଣତଃ ହାତୀ ମାନେ ଖ୍ବୁ କଦଳୀ ପ୍ରିୟ । ଯଦି ଭୋକିଲା ହାତୀ ପାଖରେ କଦଳୀ ଛାଡି ଦିଆଯାଏ, ତେବେ ନିଶ୍ଚିତ ରୂପେ ସେମାନଙ୍କର ଖୁସିର କୌଣସି ସୀମା ରହିବ ନାହିଁ । ନିମିଷକରେ ସେଗୁଡିକୁ ଅତି ଆନନ୍ଦରେ ସେମାନେ ଖାଇ ଶେଷ କରିଦେବେ । ଠିକ ଏମିତି ହିଁ ଏକ ସମାନ ଧରଣର ଘଟଣା ଘଟିଛି । ଦେଶର କୌଣସି ଏକ ସଡ଼କରେ ଏକ ଛୋଟ ହାତୀ ଛୁଆ ଅନେକ ଗୁଡିଏ କଦଳୀ ଦେଖିବାକୁ ପାଇଥିଲା ।

ଏହାକୁ ଦେଖି ଛୁଆଟି ଅତ୍ୟନ୍ତ ଖୁସି ହୋଇଯାଇଥିଲା । ଏତେ ଖୁସି ହୋଇଯାଇଥିଲାଯେ କଦଳୀ କାନ୍ଦି ସହ ଖେଳିବାକୁ ଲାଗିଥିଲା |ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓ ଟିକୁ ଜନସାଧାରଣ ବି ଖୁବ ପସନ୍ଦ କରିଛନ୍ତି । ପ୍ରକୃତରେ ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖକୁ “ବିଶ୍ବ ହସ୍ତୀ ଦିବସ” ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ଇଣ୍ଡିଆନ ଫରେଷ୍ଟ ସର୍ଭିସରେ କାର୍ଯ୍ୟରତ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ବା ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ହାତୀର ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ହାତୀ ଛୁଆଟି କେତେକ କଦଳୀ ସହ ଖେଳୁଥିବାର ନଜର ଆସୁଛି । ପ୍ରଥମେ ତ ସେ ଏକ କଦଳୀ କାନ୍ଦିକୁ ଗୋଡ଼ରେ ଗଡ଼ାଈ ଗଡ଼ାଇ ଖେଳୁଛି । ପୁଣି ଦୌଡ଼ି ଦୌଡ଼ି ତାକୁ ଧରିବାକୁ ଚେଷ୍ଟା କରୁଛି ।

କୌତୁକିଆ ଭାବେ ପାଖରେ ଛିଡା ହୋଇଥିବା ମା ‘ ଠାରୁ କେତେବେଳେ କଦଳୀ ଛଡାଇ ନେଉଛି ତ କେତେବେଳେ କଦଳୀ ସହ ଖେଳିବାରେ ଲାଗୁଛି । ଏହି ମଜାଦାର ଭିଡିଓ ଟିକୁ ସେୟାର କରି କ୍ୟାପ୍ସନରେ ସୁଶାନ୍ତ ନଣ୍ଡା ଲେଖିଛନ୍ତିକି, “ବିଶ୍ବ ହସ୍ତୀ ଦିବସ ପାଇଁ ସ୍ପେଶାଲ ଭିଡିଓ” । ଏହା ସହ ଶ୍ରୀ ନନ୍ଦ ଏହା ମଧ୍ୟ ଲେଖିଛନ୍ତିକି ଯଦି ଆପଣ ଜଣେ ପଶୁ ପ୍ରେମୀ ଅଟନ୍ତି । ତେବେ ଏହି ଭିଡିଓ ଆପଣଙ୍କୁ ନିଶ୍ଚିତ ରୂପେ ଆନନ୍ଦ ଆଣିଦେବ । ଏହି ମଜାଦାର ଭିଡିଓ ଟିକୁ ସୁଶାନ୍ତ ଅଗଷ୍ଟ ୧୧ ତାରିଖରେ ସେୟାର କରିଛନ୍ତି, ଯାହାକୁ ଏଭିତରେ ୩୦ହଜାରରୁ ଅଧିକ ଲୋକ ଲାଇକ କରିବା ସହ ୩୦୦ରୁ ଅଧିକ ଥର ରୀଟ୍ୱିଟ କରାଯାଇ ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.