ମହୁଫେଣା କରିବାକୁ ଏମିତି ଜାଗା ବାଛିଲେ ମହୁମାଛି, ଭାଇରାଲ ଭିଡିଓ ଦେଖିଲେ ଆପଣ ନିଜ ହସ ରୋକିପାରିବେନି

ଆପଣମାନେ ମହୁଫେଣା ଦେଖିଥିବେ। ଏହା କେବେ ଗଛ ଉପରେ ତ କେବେ ଛାତ ଉପରେ ଦେଖାଯାଇଥାଏ। କିନ୍ତୁ କ’ଣ କେବେ ମଣିଷ ଦେହରେ ମହୁଫେଣା ତିଆରି ହୋଇଥିବାର ଦେଖିଛନ୍ତି କି? ଆଜ୍ଞା ହଁ, ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଆଉ ନିଜ ହସକୁ ଆଦୌ କଣ୍ଟ୍ରୋଲ କରିପାରିବେ ନାହିଁ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି କି, ଜଣେ ବାଳକର ପ୍ୟାଣ୍ଟରେ ମହୁମାଛି ମହୁଫେଣା କରିଛନ୍ତି। ପ୍ୟାଣ୍ଟ ପଛପଟେ ତିଆରି ହୋଇଥିବା ଏହି ମହୁଫେଣାରେ ଗୋଟିଏ କି ଦୁଇଟି ନୁହେଁ, ବରଂ ଅନେକ ମହୁମାଛି ଗୁଣୁଗୁଣୁ ହେଉଥିବା ନଜର ଆସୁଛନ୍ତି। ତେବେ ସବୁଠାରୁ ମଜାଳିଆ କଥା ହେଉଛି, ମହୁମାଛି ଏମିତି ଜାଗାରେ ମହୁଫେଣା ବନାଇଛନ୍ତି, ଯାହାକୁ ଦେଖି କେହି ବି ନିଜ ହସ କଣ୍ଟ୍ରୋଲ କରିପାରୁନାହାନ୍ତି।

ଏହାସହ ପଢନ୍ତୁ: ବୋତଲରେ ଏମିତି କିଛି ଜିନିଷ ଲୁଚାଇ ନେଇଯାଉଥିଲେ ଦମ୍ପତି, ପୋଲିସ ବି ହୋଇଗଲା ଚକିତ

ଏଭଳି ଫନି ଏବଂ ଅଜବଗଜବ ଭିଡିଓକୁ ଦେଖି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସେୟାର କରିଛନ୍ତି। ସେ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଏହା ସତରେ ଏକ ମହୁଫେଣା ଅଟେ, ଯାହାକି ବଡ଼ ଅଜବ ଜାଗାରେ ଲାଗିଛି। ଏମିତି କେବଳ ନାଗାଲ୍ୟାଣ୍ଡରେ ହୋଇପାରିବ’।

ଆପଣଙ୍କୁ କହି ରଖୁଛୁ, ଏହି ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହା ଉପରେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଓ ମାଇଁ ଗଡ୍‌! ମୁଁ ଏହା କ’ଣ ଦେଖିଲି। ଜୀବନରେ କେବେ ବି ଏତେ ହସି ନ ଥିଲି। ଭଗବାନ ଏହି ବାଳକକୁ ରକ୍ଷା କରନ୍ତୁ’। ସେହିପରି ଜଣେ ଲେଖିଥିଲେ, ‘ଏହି ବାଳକ ଜଳଖିଆରେ ବୋଧେ ବହୁତ ମିଠା ଖାଇଛନ୍ତି। ଅନ୍ୟ ଜଣେ କମେଣ୍ଟ କରିଥିଲେ, ‘ଏମିତି ଲାଗୁଛି, ଯେମିତି ବାଳକର ପଛପଟେ ଫୁଲର ସୁଗନ୍ଧ ଆସୁଛି’।