ଜଳପଥରୁ ଭାରତକୁ ଆତଙ୍କବାଦୀ ଆକ୍ରମଣ ଯୋଜନା, ଗୁଇନ୍ଦା ସୂଚନା ପରେ ଭାରତୀୟ ନୌସେନା ସଜାଗ

ଜଳପଥରେ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା। ସମୁଦ୍ର ପଥ ଦେଇ ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି ଆତଙ୍କବାଦୀ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଥିବା ଭାରତୀୟ ଗୁଇନ୍ଦା ସୂଚନା ଦେଇଛି। ସମୁଦ୍ର ପଟୁ ଆକ୍ରମଣ ପାଇଁ ଜୈଶ ଏ ମହମ୍ମଦ କିଛି ଯୁବକଙ୍କୁ ପ୍ରଶିକ୍ଷଣ ଦେଉଛି । ତେବେ ଜୈସର ଗତିବିଧି ଉପରେ ନୈସେନା ନଜର ରଖିଛି । ଯେ କୌଣସି ପ୍ରକାର ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ ଅଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି । ପୂର୍ବରୁ ଭାରତର ପୂର୍ବ ଓ ପଶ୍ଚିମ ସମୁଦ୍ରତଟରେ ୭୫୧୪ କିମି ତଟରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏଥିସହ ସମସ୍ତ ଜାହାଜ ଓ ଡଙ୍ଗାମାନଙ୍କର ଗତିବିଧି ଉପରେ ସତର୍କ ନଜର ରଖାଯାଇଛି। ସମୁଦ୍ରରେ ରାଡାର ମାଧ୍ୟମରେ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତା ପରେ ପାକ୍ ଆତଙ୍କବାଦୀ ମାନେ ସକ୍ରିୟ ହୋଇଉଠିଛନ୍ତି l ୨୦୦୮ରେ ପାକିସ୍ତାନୀ ଆତଙ୍କବାଦୀ ଭାରତର ମାଛଧରା ଡଙ୍ଗାକୁ ହାଇଜାକ୍ କରି ଭାତରରେ ପ୍ରବେଶ କରିଥିଲେ। ୨୦୦୮ରେ ୧୦ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ। ଆକ୍ରମଣରେ ୧୬୩ ଜଣଙ୍କ ମୃତ୍ୟ ହୋଇଥିଲା। ଆହତ ହୋଇଥିଲେ ୩ଶହ ଜଣ।