Below header

ଘର ସାମ୍ନାରେ ବୁଲୁଥିଲା ବ୍ଲାକ୍‌ ପାନ୍ଥର, ସିସିଟିଭିର ଭିଡିଓ ହେଉଛି ଭାଇରାଲ୍‌

ଏକ ବ୍ଲାକ୍‌ ପାନ୍ଥର ଘର ଆଗରେ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଜୋରସୋରରେ ଭାଇରାଲ ହେଉଛି । ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ବାଘଟି ହୁଏ ତ ସହରକୁ ପଳାଇ ଆସିଥିବା ଅନୁମାନ କରାଯାଉଛି ।

ବ୍ଲାକ୍ ପାନ୍ଥର୍ ନାଁ ଶୁଣିଲେ ହିଁ ମନରେ ଭୟ ଆସୁଛି । ଆପଣ କେବେ ଏହି ବ୍ଲାକ୍ ପାନ୍ଥର୍ କୁ ଦେଖିଛନ୍ତି କି । ଜଙ୍ଗଲ ବୁକ୍’ ସିନେମାରେ ହିଁ ଆପଣମାନେ ଏହି କଳା ବାଘକୁ ଦେଖିଥିବେ, କାରଣ ଏମାନଙ୍କ ସଂଖ୍ୟା ଖୁବ୍‌ କମ୍‌ । କିନ୍ତୁ ଆମ ଭାରତରେ କିଛି କଳା ବାଘ ଥିବା ଦେଖିବାକୁ ମିଳେ । ତାମିଲନାଡୁର ନୀଳଗିରି ଜଙ୍ଗଲରେ କଳା ବାଘ ବା ବ୍ଲାକ୍‌ ପାନ୍ଥର ବେଳେବେଳେ ଦେଖିବାକୁ ମିଳିଥାଏ । ନିକଟରେ ତାମିଲନାଡୁର କୁନୁର ଠାରେ ଏଭଳି ଏକ କଳା ବାଘ ଦେଖିବାକୁ ମିଳିଛି । କିନ୍ତୁ ଏହା ଜଙ୍ଗଲରେ ନୁହେଁ ଜଣଙ୍କ ଘର ସାମ୍ନାରେ ବୁଲୁଥିବାର ଦେଖାଯାଇଛି ।

ଥରେ ଭାବନ୍ତୁ ତ ଆପଣ ନିଜ ଘରର କବାଟ ଖୋଲିବେ ଆଉ ସାମ୍ନାରେ ବାଘ ଥିବ ତେବେ ଆପଣ କଣ କରିବେ । ବାଘକୁ ଦେଖିବା କ୍ଷଣି ଆପଣଙ୍କ ହୋସ ଉଡ଼ିଯିବ ନିଶ୍ଚିତ । ତେବେ ଜଣଙ୍କ ଘର ସାମ୍ନାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ବ୍ଲାକ୍‌ ପାନ୍ଥର ଘର ଆଗରେ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଜୋରସୋରରେ ଭାଇରାଲ ହେଉଛି । ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ବାଘଟି ହୁଏ ତ ସହରକୁ ପଳାଇ ଆସିଥିବା ଅନୁମାନ କରାଯାଉଛି । ସିସି କ୍ୟାମେରାରେ କଏଦ ହୋଇଥିଲା କଳା ବାଘ ବୁଲୁଥିବାର ଦୃଶ୍ୟ । ତେବେ କିଶୋର ଚନ୍ଦ୍ରନ ନାମକ ଜଣେ ୟୁଜର ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି ।

ଯେପର୍ଯ୍ୟନ୍ତ ବଣୁଆ ଜୀବ ଜନ୍ତୁ ଜଙ୍ଗଲରେ ରହୁଥିବେ, ଆମେ ସୁରକ୍ଷିତ । କିନ୍ତୁ ଜଙ୍ଗଲ କାଟାଯାଉଥିବାରୁ ବନ୍ୟଜନ୍ତୁମାନେ ପ୍ରାୟତଃ ଜଙ୍ଗଲ ଛାଡ଼ି ଏବେ ସହର ମୁହାଁ ହେଉଛନ୍ତି । ବର୍ତ୍ତମାନ ଏଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓ ସେୟାର ହେବା ମାତ୍ରେ ଭାଇରାଲ ହୋଇଥିଲା । କିଛି ଘଣ୍ଟା ମଧ୍ୟରେ ଏହାକୁ ହଜାର ହଜାର ଲୋକ ଦେଖିଛନ୍ତି । ଅନେକ ଲୋକ ଏହି ଭିଡିଓ ଦେଖିବା ପରେ ଭୟଭୀତ ହୋଇଯାଇଛନ୍ତି । ତେବେ କେତେକ ୟୁଜର ଜଙ୍ଗଲ ବୁକ୍ ର କାଳ୍ପନିକ ଚରିତ୍ର ବଗିରାଙ୍କୁ ମନେ ପକାଇ କମେଣ୍ଟ ଦେଇଛନ୍ତି ।

ଏହି କଳା ବାଘ ବେଳେବେଳେ ହିଁ ଦେଖିବାକୁ ମିଳେ । କାରଣ ଏମାନଙ୍କ ସଂଖ୍ୟା ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଜଙ୍ଗଲ କଟା ଯାଉଥିବାରୁ ଏ ବିଲୁପ୍ତ ପ୍ରାଣୀ ରହିବାକୁ ସ୍ଥାନ ପାଉ ନାହାନ୍ତି କି ପେଟ ପାଇଁ ଖାଦ୍ୟ ପାଉ ନାହାନ୍ତି । ଯଦି ଏମିତି ପରିସ୍ଥିତି ଲଗାତାର ରୁହେ ତେବେ ଦିନେ ସମୟ ଆସିବ ଏ ବିରଳ ବାଘ ପୃଥିବୀରୁ ଲୋପ ପାଇଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.