ରାଜକୋଟ ଟେଷ୍ଟରେ ଭାରତର ବୃହତ ବିଜୟ, ଇଂଲଣ୍ଡକୁ ହରାଇ ୪୩୪ ରନରେ ଜିତିଲା ଭାରତ

ଭାରତ ଜିତିବା ପାଇଁ ଇଂଲଣ୍ଡକୁ ୫୫୭ ରନ୍‌ର ଟାର୍ଗେଟ ଦେଇଥିଲା । ଫଳରେ ଇଂଲଣ୍ଡ ୧୨୨ ରନରେ ଅଲଆଉଟ୍‌ ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ସହିତ ୫ଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

ରାଜକୋଟ ଟେଷ୍ଟ ଜିତିଲା ଭାରତ । ଭାରତ ବୋଲିଂ ଏବଂ ବ୍ୟାଟିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ଭାରତ ଜିତିବା ପାଇଁ ଇଂଲଣ୍ଡକୁ ୫୫୭ ରନ୍‌ର ଟାର୍ଗେଟ ଦେଇଥିଲା । ଫଳରେ ଇଂଲଣ୍ଡ ୧୨୨ ରନରେ ଅଲଆଉଟ୍‌ ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ସହିତ ୫ଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

ଭାରତ ଦେଇଥିବା ୫୫୬ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଟିମ୍‌ ୧୨୨ ରନରେ ଅଲଆଉଟ ହୋଇଥିଲା । ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ୫, କୁଲଦୀପ ଯାଦବ ୨ ଏବଂ ଅଶ୍ୱିନ ଏବଂ ବୁମରା ୧-୧ ଓ୍ଵିକେଟ ନେଇଛନ୍ତି । ଭାରତ ପ୍ରଥମ ଇନିଂସରେ ୪୪୫ ଏବଂ ଦ୍ୱିତୀୟ ଇନିଂସରେ ୪୩୦ ରନ୍‌ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୧୯ ରନ ଏବଂ ୧୨୨ ରନ୍‌ କରିଥିଲା ।

ଭାରତ ଟେଷ୍ଟ ଫର୍ମାଟରେ ରନ ହିସାବରେ ସବୁଠାରୁ ଅଧିକ ରନରେ ଜିତିଛି ।

୪୩୪ ରନ୍‌ ବନାମ ଇଂଲଣ୍ଡ ୨୦୨୪
୩୭୨ ରନ୍‌ ବନାମ ନ୍ୟୁଜିଲାଣ୍ଡ ୨୦୨୧
୩୩୭ ରନ୍‌ ବନାମ ସାଉଥ ଆଫ୍ରିକା ୨୦୧୫
୩୨୧ ରନ୍‌ ବନାମ ନ୍ୟୁଜିଲାଣ୍ଡ ୨୦୧୬

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.