ମଧ୍ୟପ୍ରଦେଶ: ବିବାହ ଉତ୍ସବରେ ମହୁମାଛି ଆତଙ୍କ, ୧୨ରୁ ଅଧିକ ଅତିଥି ଆହତ; ୨ ଜଣ ICUରେ ଭର୍ତ୍ତି

ମଧ୍ୟପ୍ରଦେଶର ଗୁନାରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ମହୁମାଛି ଆତଙ୍କ ସୃଷ୍ଟି କରିଥିଲେ । ମହୁମାଛି ଆକ୍ରମଣରେ ଅନେକ ଅତିଥି ଆହତ ହୋଇଥିବା ସୂଚନା ରହିଛି ।

ମଧ୍ୟପ୍ରଦେଶର ଗୁନାରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ମହୁମାଛି ଆତଙ୍କ ସୃଷ୍ଟି କରିଥିଲେ । ମହୁମାଛି ଆକ୍ରମଣରେ ଅନେକ ଅତିଥି ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଏକ ହୋଟେଲର ଛାତ ଉପରେ ମହୁମାଛି ବସା କରିଥିଲେ । ବିବାହ ଉତ୍ସବ ସମୟରେ ସେଠାରେ ଉପସ୍ଥିତ ଅତିଥିମାନଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଲୋକମାନେ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହି ଘଟଣାରେ ବର ଏବଂ କନ୍ୟା ପକ୍ଷର ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସହରର କସ୍ତୁରୀ ଗାର୍ଡେନରେ ପୁରୁଣା ଗଲାମଣ୍ଡିର ରାମଲୀଳା ସମିତି ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲଙ୍କ ଝିଅର ବାହାଘର ଥିଲା । ଏଥିରେ ଯୋଗଦେବା ପାଇଁ ଅତିଥିମାନେ ଆସିଥିଲେ । ଶନିବାର ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଅପରାହ୍ନରେ ମହୁମାଛି ଅତିଥିମାନଙ୍କୁ ଉପରେ ଆକ୍ରମଣ କରିଥିଲେ । ବିବାହ ଉତ୍ସବ ପରେ କନ୍ୟା ଘର ଲୋକେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.