Below header

ଏଇ ଭୁବନେଶ୍ୱରରେ : ଏମିତି ଗୋଟିଏ ପରିବାର ଯିଏ ଦୈନିକ ଖାଦ୍ୟ ବିତରଣ କରୁଛନ୍ତି ମାଗଣାରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୋକିଲାକୁ ଖୋଇବା ଠାରୁ ପୁଣ୍ୟ ଦୁନିଆରେ ଆଉ କିଛି ନାହିଁ । ଜଣେ ଭୋକିଲାର ପେଟ ପୂରାଇବାରେ ଯେଉଁ ଆତ୍ମସନ୍ତୋଷ ମିଳେ ତା ଆଗରେ ସବୁ କିଛି ତୁଚ୍ଛ । ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖୁବ୍‌ କମ୍‌ ମୂଲ୍ୟ ଅର୍ଥାତ୍‌ ମାତ୍ର ୫ ଟଙ୍କାରେ ଖାଦ୍ୟ ଦେଉଛନ୍ତି । ଏଥିପାଇଁ ଖୋଲା ଯାଇଛି ଆହାର କେନ୍ଦ୍ର । ହେଲେ ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ବଦାନ୍ୟ ପରିବାର ଅଛି ଯିଏ ପ୍ରତିଦିନ ମାଗଣାରେ ଖାଦ୍ୟ ବିତରଣ କରୁଛନ୍ତି । ଭୁବନେଶ୍ୱର କଟକ-ପୁରୀ ରୋଡ଼ର ବୁଦ୍ଧେଶ୍ୱରୀ କଲୋନୀ ମୁଖ୍ୟ ରାସ୍ତା ଉପରେ ଆଜିକୁ ପ୍ରାୟ ଦେଢ଼ ବର୍ଷ ହେଲା ଏକ ଶିଖ୍‌ ପରିବାର ଏଠାରେ ଦ୍ୱିପହର ବେଳେ ଖାଦ୍ୟ ବିତରଣ କରିଥାନ୍ତି ।

PHOTO-1

ଦୈନିକ ଶହ ଶହ ଲୋକ ଏଠାରେ ଖାଇଥାନ୍ତି । ପ୍ରତ୍ୟେକ ଦିନ ଏହି ଶିଖ ପରିବାରର ସଦସ୍ୟମାନେ ସକାଳୁ ଖାଦ୍ୟ ପଦାର୍ଥ ତିଆରି କରି ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ଯାଏ ଲୋକଙ୍କୁ ନିଜ ହାତରେ ଖାଦ୍ୟ ପରସି ଥାଆନ୍ତି। ଏହି କାମରେ ସାରା ପରିବାର ଲାଗିପଡ଼ନ୍ତି ।

PHOTO-2

ନିଜ ସମ୍ପ୍ରଦାୟର ପରମ୍ପରା ଅନୁସାରେ ଏଭଳି କରୁଥିବା ସତ୍‌ପାଲ ସିଂହ କୁହନ୍ତି । ତେବେ ତାଠାରୁ ଅଧିକ ହେଉଛି ଖାଇବା ବେଳେ ଲୋକଙ୍କ ମନରେ ଆତ୍ମସନ୍ତୋଷ ଦେଖି ସେମାନେ ଖୁବ୍‌ ଖୁସି ହୋଇଥାନ୍ତି । ଏଥିରେ ଈଶ୍ୱର ମଧ୍ୟ ଖୁସି ହୁଅନ୍ତି ବୋଲି ସେ କହିଛନ୍ତି ।

ରିପୋର୍ଟ : ରାଜା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.