Below header

ଚାଲିଥିଲା ବିବାହ…ନାଚ ଗୀତରେ କମ୍ପୁଥିଲା ପରିବେଶ, ହଠାତ୍ ବାଣରୁ ଲାଗିଲା ନିଆଁ! ତାପରେ ସବୁ ସରିଗଲା

ଇରାକରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଯାହାକୁ କେହିବି ସହଜରେ ବିଶ୍ୱାସ କରିପାରିବେନି । ଇରାକ ଦେଶର ଉତ୍ତର ଅଲ-ହାମଦାନିଆର ଏକ ଇଭେଣ୍ଟ ହଲରେ ବିବାହ ଉତ୍ସବ ଚାଲିଥିବା ସମୟରେ ଘଟିଥିଲା ଏହି ଛାତିଥରା ଅଗ୍ନିକାଣ୍ଡ । ଏଥି ରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ୧୫୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିବା ଇରାକର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ଇରାକ: ଚାଲିଥିଲା ଖୁସିର ମାହୋଲ । ନାଚ ଗୀତରେ କମ୍ପୁଥିଲା ସାରା ପରିବେଶ । ହାତକୁ ଦିହାତ ହେଉଥିଲେ ବର କନିଆ । ସେଥିପାଇଁ ଉଭୟଙ୍କ ପକ୍ଷରୁ ଯୋଗ ଦେଇଥିଲେ ବହୁ ଅତିଥୀ । ହେଲେ କିଏ ଜାଣିଥିଲା ଏମିତି ଅଘଟଣ ଘଟିବ ବୋଲି…କାହା ନଜର ଲାଗିଯିବ ଏହି ଶୁଭ ମଙ୍ଗଳ କାର୍ଯ୍ୟରେ ବୋଲି ।

ଇରାକରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଯାହାକୁ କେହିବି ସହଜରେ ବିଶ୍ୱାସ କରିପାରିବେନି । ଇରାକ ଦେଶର ଉତ୍ତର ଅଲ-ହାମଦାନିଆର ଏକ ଇଭେଣ୍ଟ ହଲରେ ବିବାହ ଉତ୍ସବ ଚାଲିଥିବା ସମୟରେ ଘଟିଥିଲା ଏହି ଛାତିଥରା ଅଗ୍ନିକାଣ୍ଡ । ଏଥି ରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ୧୫୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିବା ଇରାକର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ ୧୫୦ ଆହତଙ୍କୁ ହାମଦାନିଆ ଜେନେରାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଇରାକର ନାଗରିକ ପ୍ରତିରକ୍ଷା ବିଭାଗ କହିଛି ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବା ଏହି ଇଭେଣ୍ଟ ହଲ ଭିତରେ ବ୍ୟବହୃତ ହୋଇଥିବା ମହମବତୀ ଓ ଆତସବାଜି ଯୋଗୁଁ ଏତେ ବଡ ଅଗ୍ନିକାଣ୍ଡ ଘଟିଛି ଏବଂ ଏହି ଅଗ୍ନିକାଣ୍ଡ କାରଣରୁ ଜୀବନ ହାରିଛନ୍ତି ଅନେକ ଲୋକ ।

ତେବେ ହଠାତ୍ AI ହାଏଥାମ ବିବାହ ମଣ୍ଡପରେ ନିଆଁ ଲାଗିଯାଇଥିବା ଖବର ପାଇ ଇରାକର ଅର୍ଦ୍ଧ-ସ୍ଵୟଂଶାସିତ କୁର୍ଦ୍ଦିସ୍ତାନ ଅଞ୍ଚଳର ଫେଡେରାଲ ଇରାକ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ଡାକ୍ତରୀ କର୍ମଚାରୀ ପଠାଇଥିଲେ। ଏହି ଭୟଙ୍କର ନିଆଁ ପବନ ବେଗରେ ବ୍ୟାପି ଯାଇଥିଲା ଏବଂ ସମଗ୍ର ବିବାହ ସମାରୋହକୁ ନିମିଷକ ଭିତରେ ଧ୍ୱଂସ କରିଦେଇଥିଲା । ଘଟଣାସ୍ଥଳରେ ଜଣ ଜଣ କରି ପାଖାପାଖି ୧୦୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଯୁଆଡେ ଦେଖିବ ଖାଲି ମୃତଦେହ ଦେଖିବାକୁ ମିଳିଥିଲା। ଆହତମାନଙ୍କୁ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଯାଇଥିଲେ।

ଏପଟେ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଲ-ବଡର କହିଥିବା ସହିତ ନିଜେ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ସୁଦାନି ଆହତମାନଙ୍କୁ ସହଯୋଗ କରିବାକୁ ନିଜ କ୍ୟାବିନେଟକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୀନିବେହ ପ୍ରାଦେଶିକ ରାଜ୍ୟପାଳ ନାଜିମ ଅଲ-ଜୁବୁରୀ କହିଛନ୍ତି ଯେ କିଛି ଆହତଙ୍କୁ ଆଞ୍ଚଳିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହା ସହ ସେ କହିଛନ୍ତି ଯେ ଅଗ୍ନିକାଣ୍ଡର ଏପର୍ଯ୍ୟନ୍ତ କୌଣସି ଅନ୍ତିମ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ଏପଟେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.