Below header

ଏମିତି ଏକ ଗାଁ ଯେଉଁଠାରେ ଚା’ ହେଉଛି ସ୍ବପ୍ନ !

ଆଗ୍ରା : ଏମିତିରେ ତ’ ଆଗ୍ରା ପୂରା ବିଶ୍ବରେ ପ୍ରସିଦ୍ଦ ତାଜମହଲ୍ ପାଇଁ କିନ୍ତୁ ଏହି ସହରର ଏକ ଛୋଟ ଗାଁ ଯେଉଁ ଠାରେ ଚା’ ହେଉଛି ସ୍ବପ୍ନ । ଚା’ ଯାହା ପାଇଁ ପୂରା ଦୁନିଆ ଦିୱାନା । ଏଠାରେ ପ୍ରତ୍ୟେକ ଗଳି ଏବଂ ରାସ୍ତା କଡରେ ଚା ମିଳିଯାଏ କିନ୍ତୁ ଆମେ ଯେଉଁ ଗାଁ ବିଷୟରେ ଆପଣଙ୍କୁ କହୁଛୁ ସେଠାରେ କୌଣସିବି ଚା ଦୋକାନ ନାହିଁ ।

ଆଗ୍ରା ଠାରୁ ୨କିମି ଦୂରରେ ଏକ ଗାଁ ଯାହା ନାଁ କୂଆଁ ଖଡା । ଏଠାରେ ଅପଣଙ୍କୁ ଗୋଟାଏ ହେଲେ ବି ଚା ଦୋକାନ ମିଳିବ ନାହିଁ । ଏହାର କାରଣ ଜାଣିଲା ପରେ ଆପଣ ନିଶ୍ଚୟ କହିବେ ୨୧ବିଂଶରେ ବି ଏମିତି ହେଉଛି ।

 

ବାସ୍ତବରେ, ଏହି ଗାଁରେ କ୍ଷୀର ବଂଚାଇବା ପାପ ହୋଇଥାଏ । ଏଠାରେ ରହୁଥିବା ଲୋଙ୍କ ମାନେ ମାନନ୍ତି କି, ଯଦି କିଛି କ୍ଷୀର ବଂଚିବ ତେବେ ପୂରା ଗାଁ ଉପରେ ବିପଦ ମାଡି ଆସିବ । ଏହା ସହ ଏହି ଗାଁରେ ରହୁଥିବା ବ୍ୟକ୍ତିବିଶେଷଙ୍କ ସହ କିଛି ଅଘଟଣ ଘଟିବାର ଭୟ ରହିଥାଏ । ଏହି ମାନ୍ୟତା ପାଇଁ କାହିଁ କେଉଁ କାଳରୁ ଏଠାରେ କ୍ଷୀର ବଂଚାଇବା ବନ୍ଦ କରାଯାଇଛି । ଆଉ ଯଦି କ୍ଷୀର ହିଁ ମିଳିବ ନାହିଁ ତେବେ ଚା’ର ଦୋକାନ କିପରି ଚାଲିବ ।

କମାଲର କଥା ଏହାକି ଏଠାରେ ସମସ୍ତଙ୍କ ଘରେ ଗାଇ ଏବଂ ମଇଁଷି ବନ୍ଧାଯିବାର ଆପଣ ମାନେ ଦେଖିବାକୁ ପାଇବେ । ଏହାର କାରଣ ଏଠାରେ କ୍ଷୀରର ଉତ୍ପାଦନ କରାଯାଇଥାଏ କିନ୍ତୁ ଏହାର ବ୍ୟବହାର ହୋଇ ନଥାଏ ।

ଏବେ ଆପଣ ଭାବୁ ଥିବେ ଏମାନେ ତାହାଲେ କ୍ଷୀର କରନ୍ତି କ’ଣ ? ଉତ୍ତର ଏହା କି, ସେମାନେ ସମସ୍ତ କ୍ଷୀର ଘରେ ହିଁ ବ୍ୟବହାର କରିଥାନ୍ତି ଆଉ ତା’ପରେ ଯଦି କ୍ଷୀର ବଳିଯାଏ ତେବେ ଅନ୍ୟ ଗାଁର ଲୋକ ମାନଙ୍କୁ ମାଗଣାରେ ବାଣ୍ଟି ଥାନ୍ତି । ଏହି ବିଷୟରେ କଥା ସମୟରେ ଏହି ଗାଁର ପ୍ରଧାନ ରାଜେନ୍ଦ୍ର ସିଂ କହିଛନ୍ତି- ଆମର ଏହି ପରମ୍ପରା କାହିଁ କେଉଁ କାଳରୁ ଏହା ଚାଲି ଆସୁଛି । ଯଦି କେହି ଏହି ନୀୟମକୁ ଭାଙ୍ଗି ଥାନ୍ତି ତେବେ ସେମାନଙ୍କ ସହ କୌଣସି ନା କୌଣସି ଅଘଟଣ ଘଟି ହିଁ ଥାଏ ।

ଏହାକୁ ଅନ୍ଧବିଶ୍ବାସର ନାଁ ଦେଇପାରନ୍ତି, ସତ କିନ୍ତୁ ଏହା କି, ଏଠାରେ ଆପଣଙ୍କୁ ଗୋଟେ ହେଲେ ବି’ ଚା’ର ଦୋକାନ ମିଳିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.