ଆନ୍ଧ୍ରପ୍ରଦେଶ କୁର୍ନୁଲରେ ପଥର ଖାଦାନରେ ଭୟାବହ ବିସ୍ଫୋରଣ : ୧୨ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶ : କୁର୍ନୁଲରେ ପଥର ଖାଦାନରେ ଭୟାବହ ବିସ୍ଫୋରଣ । ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ । ବିସ୍ଫୋରଣରେ ଆଉ କିଛି ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଗକୁ ବଢ଼ିପାରେ ମୃତ୍ୟୁ ସଂଖ୍ୟା । ୧୩ ଜଣ ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଅଛନ୍ତି । ଆଉ ୩ ଜଣ ଆହତ ହୋଇଛନ୍ତି । ହାତୀ ବେଲଗାଲ୍ ଗାଁରେ ଥିବା ପଥର କ୍ୱାରିରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ପୂରା ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା ନିଆଁ ପିଣ୍ଡୁଳା । ଏଣେତେଣେ ଛିଟିକା ପଡ଼ିଥିଲା ମୃତଦେହ । ଗତକାଲି ସନ୍ଧ୍ୟା ପାଖାପାଖି ସାଢ଼େ ୭ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ଜିଲୋଟିନ୍ ଦ୍ୱାରା ପଥର ବିସ୍ଫୋରଣରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଆହତମାନଙ୍କର ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଛି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ପଥର ଖାଦାନରେ ୨୦ ଜଣ ଶ୍ରମିକ କାମ କରୁଥିଲେ । ଆନ୍ଧ୍ରପ୍ରଦେଶ ପୋଲିସ ଡିଜି ଆର୍. ପି. ଠାକୁର କହିଛନ୍ତି, ବିସ୍ଫୋରଣ ଘଟଣାର ତଦନ୍ତ ଚାଲିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.