Below header

ଫିଲ୍ମ ଆରମ୍ଭରୁ ସାର୍ଟିଫିକେଟର ଅର୍ଥ କଣ ? ଫିଲ୍ମର ସାର୍ଟିଫିକେଟରେ କଣ ଲେଖାଥାଏ ? 

ଆପଣ ସମସ୍ତେ ପିଲ୍ମ ତ ଦେଖିବାକୁ ଯାଉଥିବେ । ଆଉ ଆପଣଙ୍କ ଭିତରେ କେତେ ଜଣ ନଜର କରିଥିବେ କି ପିଲ୍ମ ଆରମ୍ଭ ହେବା ପୁର୍ବରୁ ଏକ ସାର୍ଟିଫିକେଟ ଭଳି କିଛି ସାମନାକୁ ଆସେ । ତାହା ପ୍ରକୃତରେ କଣ । ହୁଏତ କିଛି ଜାଣିଥିବେ ଆଉ କିଛି ବି ଜାଣିନଥିବେ । ପ୍ରତ୍ୟେକ ଫିଲ୍ମର ଆରମ୍ଭରୁ ଏହା ସାମନାକୁ ନଜର ଆସିଥାଏ । ପାଖାପାଖି ୧୦ସେକେଣ୍ଡ ଯାଏଁ ଏହା ସ୍କ୍ରିନ ଉପରେ ଦେଖାଯାଇଥାଏ । ଅନେକ ଲୋକେ ଏହାକୁ ଦେଖିନଥାନ୍ତି । କିନ୍ତୁ ଅନେକ ଲୋକେ ଏପରି ରହିଛନ୍ତି ଯେଉଁମାନଙ୍କ ମନରେ ପ୍ରଶ୍ନ ଥାଏ କି ଏହା ପ୍ରକୃତରେ କାହିଁକି ଦେଖାଯାଇଥାଏ । ଏଥିରେ କଣ ଲେଖାଥାଏ ।

ଆପଣଙ୍କୁ କହିରଖୁଛୁ କି ଏହି ସାର୍ଟିଫିକେଟ ବିନା ପିଲ୍ମ ରିଲିଜ ହୋଇପାରିବ ନାହିଁ । ଫିଲ୍ମର ସାର୍ଟିଫିକେଟ ପାଇଁ ସରକାର ଏକ ବୋର୍ଡ କରିଛନ୍ତି । ଯାହାର ନାମ କେନ୍ଦ୍ରିୟ ଫିଲ୍ମ ପ୍ରମାଣନ ବୋର୍ଡ । ଏହାକୁ ଲୋକେ ସେନ୍ସର ବୋର୍ଡ ନାମରେ ଜାଣିଛନ୍ତି । କୌଣସି ବି ପିଲ୍ମ ପ୍ରସ୍ତୁତ ପରେ ବୋର୍ଡର ସଦସ୍ୟ ଫିଲ୍ମ ଦେଖିଥାନ୍ତି ଓ ତାହାକୁ ଅଲଗା ଅଲଗା କ୍ୟାଟେଗୋରୀରେ ଭାଗ କରି ସାର୍ଟିଫିକେଟ ଜାରି କରିଥାନ୍ତି ।

ଏହି ସାର୍ଟିଫିକେଟରେ ଅନେକ ପ୍ରକାରର ସୂଚନା ରହିଥାଏ । ଫିଲ୍ମର ନାମଠାରୁ ପିଲ୍ମର ସମୟ ଯାଏଁ ସବୁଥିରେ ସାର୍ଟିଫିକେଟ କ୍ୟାଟେଗୋରୀରେ ଜାରି ହୋଇଥାଏ । ଯଦି ବୋର୍ଡକୁ ଲାଗିଥାଏ କି ଫିଲ୍ମରେ କୌଣସି ଆପତ୍ତିଜନକ ସିନକୁ ହ
ଟାଇବାର ଅଛି ତେବେ ତାହା ବିଷୟରେ ଲେଖା ହୋଇଥାଏ । ଫିଲ୍ମ କେତେ ରିଲର ଅଟେ । ଏହାର ସୂଚନା ବି ସାର୍ଟିଫିକେଟରେ ଦିଆଯାଇଥାଏ ।

ଯଦି କୌଣସି ପିଲ୍ମର ସାର୍ଟିଫିକେଟରେ ଅ ଲେଖାଥାଏ ତେବେ ଏହାର ଅର୍ଥ ଏହି ପିଲ୍ମ ଛୋଟ ଠୁ ବଡ ସମସ୍ତେ ଦେଖିପାରିବେ । ପ୍ରାୟତ ଧାର୍ମିକ, ପାରିବାରିକ ଫିଲ୍ମକୁ ଏହି କ୍ୟାଟେଗୋରୀ ଦିଆଯାଇଥାଏ । ଯଦି ସେହି ସ୍ଥାନରେ ଅବ ଲେଖା ହୋଇଥାଏ ତେବେ ଏହାର ଅର୍ଥ କି ୧୨ବର୍ଷରୁ କମ ବୟସର ପିଲା ନିଜ ପିତାମାତାଙ୍କ ସହ ହେି ଫିଲ୍ମ ଦେଖିପାରିବେ ।

ସେହିପରି ଯଦି ବ ଲେଖାଯାଇଥାଏ ତେବେ ଏହା କେବଳ ବୟସ୍କ ଅର୍ଥାତ ୧୮ବର୍ଷରୁ ଅଧିକ ହିଁ ଦେଖିପାରିବେ । ୧୮ବର୍ଷରୁ କମ ଏହି ପିଲ୍ମ ଦେଖିପାରିବେ ନାହିଁ । ଆଉ ସେହି କ୍ରମରେ କୌଣସି ଫିଲ୍ମ ଉପରେ ଯଦି ଏସ ଲେଖାଥାଏ ତେବେ ଏହା କିଛି ଖାସ ଅଡିଅନ୍ସଙ୍କ ପାଇଁ ତିଆରି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.