Below header

ଆଶ୍ଚର୍ଯ୍ୟ ! ବିବାହର ଦଶ ବର୍ଷ ପରେ ମହିଳା ଜାଣିଲେ ଯେ ସେ ଜଣେ ପୁରୁଷ

ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଜଣେ ୩୦ ବର୍ଷ ବୟସ୍କା ବିବାହିତା ମହିଳା ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ଡାକ୍ତରଖାନାକୁ ଯାଇଥିଲେ ଏବଂ ଜାଣିବାକୁ ପାଇଲେ ଯେ ସେ ପ୍ରକୃତରେ ଜଣେ ପୁରୁଷ ଏବଂ ତାଙ୍କର ଅଣ୍ଡକୋଷରେ କ୍ୟାନସର ହୋଇଛି । ସୂଚନା ଅନୁଯାୟୀ ମହିଳା ଜଣକ ଗତ ନଅ ବର୍ଷ ହେବ ବିବାହ କରିଛନ୍ତି ଏବଂ କିଛି ମାସ ପୂର୍ବେ ସହରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡାକ୍ତରଖାନାକୁ ଯାଇ ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ। ଯେଉଁଠାରେ ଡାକ୍ତର ଅନୁପମ ଦତ୍ତା ଏବଂ ଡକ୍ଟର ସୋମାନ ଦାସଙ୍କ ଡାକ୍ତରୀ ପରୀକ୍ଷା ପରେ ମହିଳାଙ୍କ ପ୍ରକୃତ ପରିଚୟ ସାମ୍ନାକୁ ଆସିଥିଲା ।

ଡକ୍ଟର ଦତ୍ତଙ୍କ କହିବା ଅନୁଯାୟୀ ଦେଖିବା ପାଇଁ ସେ ଜଣେ ମହିଳା । ସ୍ୱର, ସ୍ତନ, ଯୌନାଙ୍ଗ ଇତ୍ୟାଦି ସମସ୍ତ ମହିଳାଙ୍କର ଅଟେ । ତଥାପି, ଜନ୍ମରୁ ତାଙ୍କ ଶରୀରରେ କୌଣସି ଗର୍ଭାଶୟ ଏବଂ ଡିମ୍ବାଣୁ ନାହିଁ । ତାଙ୍କର କେବେ ବି ମାସିକ ଋତୁସ୍ରାବ ହୋଇନାହିଁ । ସେ କହିଛନ୍ତି ଏହା ଏକ ବିରଳ ଅବସ୍ଥା ଏବଂ ସାଧାରଣତ ୨୨,୦୦୦  ଲୋକଙ୍କ ମଧ୍ୟରୁ ଜଣଙ୍କଠାରେ ଏହା ଦେଖିବାକୁ ମିଳେ ।

Crime

ଆଶ୍ଚର୍ଯ୍ୟର କଥା ଯେ ଉକ୍ତ ମହିଳାଙ୍କ ୨୮ ବର୍ଷ ବୟସ୍କା ଭଉଣୀଙ୍କ ଯାଞ୍ଚ ପରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ବ୍ୟକ୍ତି ଜଣକ ଜେନେଟିକଲି ପୁରୁଷ କିନ୍ତୁ ତାଙ୍କ ଶରୀରର ସମସ୍ତ ବାହ୍ୟ ଅଙ୍ଗ ମହିଳାଙ୍କର ହୋଇଥାଏ । ଡକ୍ଟର ଦତ୍ତ କହିଛନ୍ତି ଯେ ଉକ୍ତ ମହିଳା କେମୋଥେରାପି କରୁଛନ୍ତି ଏବଂ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ କହିଥିଲେ ଯେ ସେ ଜଣେ ମହିଳାଙ୍କ ପରି ବାଢ଼ିଛନ୍ତି ଏବଂ ଜଣେ ପୁରୁଷଙ୍କ ସହ ପ୍ରାୟ ଏକ ଦଶନ୍ଧି ଧରି ଦାମ୍ପତ୍ୟ ଜୀବନ ଅତିବାହିତ କରିଛନ୍ତି ।

ତେବେ ରୋଗୀ ଏବଂ ତାଙ୍କ ସ୍ୱାମୀଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ପୂର୍ବରୁ ଯେପରି ରହୁଥିଲେ ଭବିଷ୍ୟତରେ ମଧ୍ୟ ଠିକ ସେହିପରି ରୁହନ୍ତୁ । ଡାକ୍ତର ଆହୁରି କହିଛନ୍ତି ଯେ ରୋଗୀଙ୍କର ଅନ୍ୟ ଦୁଇ ସମ୍ପର୍କୀୟ ମଧ୍ୟ ଅତୀତରେ ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେଣୁ ଏହା ଏକ ଜିନ ଜନିତ ସମସ୍ୟା ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.