Below header

ଆକବରଙ୍କ ଜିଦ୍‌ ଛଡାଇ ନେଇଯାଇଥିଲା ଝିଅମାନଙ୍କ ଖୁସି, କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ମୋଗଲ ସାମ୍ରାଜ୍ୟ ବିଷୟରେ ଆପଣ ନିଶ୍ଚିତ ପଢିଥିବେ କିମ୍ବା ଜାଣିଥିବେ। ଏହାର ଶାସକ ଆକବର ବହୁତ ପ୍ରସିଦ୍ଧ ଥିଲେ। ସେ ନିଜର ଶାସନ କାଳରେ ପ୍ରଜାମାନଙ୍କ ପାଇଁ ବହୁତ କିଛି କରିଥିଲେ। ଆକବର ଏପରି ଜଣେ ଶାସକ ଥିଲେ, ଯିଏକି ସବୁ ଧର୍ମକୁ ସମାନ ରୂପରେ ଦେଖୁଥିଲେ। ଏଥିପାଇଁ ତାଙ୍କର ଅନେକ ରାଣୀ ଥିଲେ। ଆକବର ହିନ୍ଦୁ ରାଣୀଙ୍କୁ ମଧ୍ୟ ବିବାହ କରିଥିଲେ। ଆକବର ଜଣେ ମହାନ ଏବଂ ପରାକ୍ରମୀ ଯୋଦ୍ଧା ଥିଲେ। ଭାରତର ବିକାଶରେ ମଧ୍ୟ ଆକବରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

akbb

ଆକବରଙ୍କ ବିଷୟରେ ଏମିତି କିଛି କଥା ରହିଛି, ଯାହା ଆପଣମାନେ ହୁଏତ ଜାଣିନଥିବେ କିମ୍ବା ଶୁଣିନଥିବେ। କ’ଣ ଆପଣ ଜାଣନ୍ତି କି, ଆକବର ନିଜର ତିନି ଝିଅଙ୍କ ବିବାହ କରିନଥିଲେ। କିନ୍ତୁ ଏହା ପଛରେ କ’ଣ କାରଣ ରହିଛି, ତାହା ଅନେକ ଲୋକ ଜାଣିନଥାନ୍ତି। ଏହା ପଛରେ ଅନେକ କାରଣ ରହିଛି।

ee

ଆକବର କାହା ଆଗରେ ମୁଣ୍ଡ ନୁଆଁନ୍ତିନାହିଁ। ଯେତେବେଳେ ଆକବରଙ୍କ ଝିଅମାନେ ବିବାହ ଯୋଗ୍ୟ ହେଲେ ଅନ୍ୟ ବାପାଙ୍କ ପରି ଆକବର ମଧ୍ୟ ସେମାନଙ୍କ ବିବାହକୁ ନେଇ ଚିନ୍ତିତ ରହିଥିଲେ। କିନ୍ତୁ ଝିଅ ବିବାହ କରିବା ପାଇଁ ପୁଅ ଏବଂ ପୁଅର ପିତାଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପଡିବ। ଯାହା ଆକବରଙ୍କୁ ପସନ୍ଦ ନଥିଲା।

dd

ତେଣୁ ନିଜର ଓ ନିଜ ଝିଅମାନଙ୍କ ମାନ-ସମ୍ମାନ ପାଇଁ ଆକବର ଏପରି ନିଷ୍ପତ୍ତି ନେଲେ। ନିଜ ପିତାଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଆକବରଙ୍କ ଝିଅମାନେ ଅବିବାହିତ ରହିଗଲେ। ସେମାନେ ଏପରି ମହଲରେ ରହୁଥିଲେ, ଯେଉଁଠିକୁ ପୁରୁଷମାନଙ୍କୁ ଯିବାକୁ ନିଷେଧ କରାଯାଇଥିଲା।
ନିଜର ଝିଅମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହଲ ଚାରିପଟକୁ ସୈନ୍ୟବାହିନୀ ନିୟୋଜିତ କରିଥିଲେ।। ଆକବରଙ୍କ ଏପରି ନୀତିର ପାଳନ ତାଙ୍କ ବଂଶଜ କରିଥିଲେ। ଆକବରଙ୍କ ବଂଶଜ ମଧ୍ୟ ସେମାନଙ୍କ ଝିଅମାନଙ୍କୁ ବିବାହ କରାଇନଥିଲେ। ଏହା ଆକବରଙ୍କ ଜିଦ ଥିଲା ନା ଭଲପାଇବା, ଯାହାର ପରିଣାମ ଝିଅମାନେ ଭୋଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.