ବିନା ଗ୍ୟାରେଣ୍ଟୀରେ ଆପଣଙ୍କୁ ମିଳିବ ଲକ୍ଷ ଲକ୍ଷ ଲୋନ, ଜାଣନ୍ତୁ ସରକାରଙ୍କ ଏହି ଯୋଜନା ବିଷୟରେ

କୌଣସି ବି କାମକୁ ଆରମ୍ଭ କରିବା ପାଇଁ ଲୋନର ଆବଶ୍ୟକତା ପଡିବା ସ୍ୱାଭାବିକ। କିନ୍ତୁ ବ୍ୟାଙ୍କ ଲୋନ ବିନା ଗ୍ୟାରେଣ୍ଟୀରେ ମିଳିବା ତାହା ନିଜ ଭିତରେ ଏକ ବହୁତ ବଡ ଚ୍ୟାଲେଞ୍ଜ। କିନ୍ତୁ ଏବେ ଆପଣଙ୍କୁ ଗ୍ୟାରେଣ୍ଟୀ ଦେବାକୁ ପଡିବନାହିଁ। ସରକାର ଏବେ ଏକ ସବଅର୍ଡିନେଟ୍‌ ଋଣ ଯୋଜନା କରୁଛନ୍ତି ଯାହା ଦ୍ୱାରା ବିନା ଗ୍ୟାରେଣ୍ଟୀରେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଲୋନ ବହୁତ ସହଜରେ ମିଳିଯିବ। ସବଅର୍ଡିନେଟ ଋଣ ସାଧାରଣତଃ ଅସୁରକ୍ଷିତ ବା ବିନା ଗ୍ୟାରେଣ୍ଟୀ ଋଣକୁ କୁହାଯାଏ।

money୨୦ ହଜାର କୋଟି ଟଙ୍କାର ଯୋଜନା

ସରକାର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟେଗୀଙ୍କୁ ସବଅର୍ଡିନେଟ ଋଣ ପ୍ରଦାନ କରିବାର ୨୦ ହଜାର କୋଟି ଟଙ୍କାର ଯୋଜନାର ଦିଶାନିର୍ଦ୍ଦେଶକୁ ଅନ୍ତିମ ରୂପ ଦେଉଛନ୍ତି। ଅତିରିକ୍ତ ସଚିବ ଏବଂ ବିକାଶ ଆୟୁକ୍ତ କହିଛନ୍ତି ଯେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଏମଏସଏମଇ ପାଁ ସବଅର୍ଡିନେଟ୍‌ ଋଣ ଯୋଜନାର ଦିଶାନିର୍ଦ୍ଦେଶକୁ ଅନ୍ତିମ ରୂପ ଦେବା କାମ ଜାରି ରହିଛି। ଏହାପୂର୍ବରୁ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ଜୁନ ପହିଲାରେ ମନ୍ତ୍ରିମଣ୍ଡଳ ଦ୍ୱାରା ୨୦ ହଜାର କୋଟି ଟଙ୍କାର ପ୍ରାବଧାନକୁ ମଞ୍ଜୁରୀ ଦେବା ଦ୍ୱାରା ଦୁଇ ଲକ୍ଷ

ଏମଏସଏମଇରେ ଲାଭ ହେବ

ଜରୁରୀ ଋଣ ସୁବିଧା ଗ୍ୟାରେଣ୍ଟୀ ଯୋଜନା ଦ୍ୱାରା ଏମଏସଏମଇକୁ ମିଳୁଛି ଫାଇଦା
ଅର୍ଥମନ୍ତ୍ରୀ ସୋମବାର କହିଛନ୍ତି ଯେ ବ୍ୟାଙ୍କ ଏବେ ପଯ୍ୟର୍ନ୍ତ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟେଗୀଙ୍କ ପାଇଁ ୩ ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ସୁବିଧା ଗ୍ୟାରେଣ୍ଟୀ ଯୋଜନା ଅନୁଯାୟୀ ୭୫,୦୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ଜୁନ୍‌ ୧ ତାରିଖରୁ ଆରମ୍ଭ ହେଉଥିବା ଶତ ପ୍ରତିଶତ ଗ୍ୟାରେଣ୍ଟୀ ବିଶିଷ୍ଟ ଏହି ଯୋଜନା ଅନୁଯାୟୀ ୩୨,୮୯୪.୮୬ କୋଟି ଟଙ୍କା ବିତରଣ କରାଯାଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.