ଆଜି ବିଶ୍ୱ ଅଲିମ୍ପିକ୍ସ ଦିବସ, ଜାଣନ୍ତୁ ଏହାକୁ ପାଳନ କରିବା ପଛରେ କଣ ରହିଛି ଇତିହାସ

ଆଜି ବିଶ୍ୱ ଅଲମ୍ପିକ୍ସ ଦିବସ ।  ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ “ବିଶ୍ୱ ଅଲିମ୍ପିକ୍ସ ଦିବସ” ଭାବେ ପାଳନ କରାଯାଇଥାଏ ।  ପୃଥିବୀର ଖେଳାଳି ମାନଙ୍କୁ ଏକାଠି କରି ଗୋଟିଏ ମଂଚ ଉପରେ ଖେଳର ଆୟୋଜନ କରାଯାଇଥାଏ ।  ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହୋଇଥାଏ ଏହି ବିଶ୍ୱସ୍ତରୀୟ ଖେଳ ।  ବିଶ୍ୱର ବିଭିନ୍ନ ଦେଶ ମାନଙ୍କରୁ ବିଭିନ୍ନ ବର୍ଗର ଖେଳାଳି ମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି ।  କିନ୍ତୁ ଏହା ହୁଏତ ଖୁବ କାମ ଲୋକ ଜାଣିଥିବେ କାହିଁକି ଆଜିର ଦିନକୁ ହିଁ ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ଦିବସ ଭାବେ ପାଳନ କରାଯାଏ ତଥା ଏହା ପଛରେ ରହିଥିବା ଇତିହାସ ବିଷୟରେ ।  ତେବେ ଆସନ୍ତୁ ଜାଣିବା ସେବିଷୟରେ ।

olympics

 

୧୮୯୪ ମସିହା ଆଜିର ଦିନରେ ହିଁ “ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ସମିତି”ର ସ୍ଥାପନା ପ୍ୟାରିସର ସୋରବନ ଠାରେ ହୋଇଥିଲା ।  ବିଶ୍ୱର କୋଣ ଅନୁକୋଣରୁ ଖେଳାଳି ମାନଙ୍କ ପ୍ରତିଭାକୁ ସାମ୍ନାକୁ ଆଣିବା ସହ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ହିଁ ଏହି ସମିତିର ସ୍ଥାପନା କରାଯାଇଥିଲା ।  ଚେକ ଆଇଓସି ସଦସ୍ୟ ଡାକ୍ତର ଗ୍ରସ ଷ୍ଟକହୋମରେ ଆୟୋଜିତ ହୋଇଥିବା ଅଲିମ୍ପିକ୍ସର ୪୧ତମ ସଂସ୍କରଣରେ ଅଲିମ୍ପିକସର ଏହି ଖାସ ଦିନ ଟିକୁ ମନେ ରଖିବା ପାଇଁ ଏହି ଦିବସ ଟିକୁ ସ୍ୱତନ୍ତ୍ର ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନେଇଥିଲେ ।  ଏହାର କିଛି ମାସ ପରେ ହିଁ ୧୯୪୮ ମସିହାରେ ସେଣ୍ଟ ମୋରିଜରେ ଆୟୋଜିତ ହୋଇଥିବା ଆଇଓସିର ୪୨ ତମ ସଂସ୍କରଣରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଥିଲା ।  ରାଷ୍ଟୀୟ ଅଲିମ୍ପିକ୍ସ ସମିତି ବା ଆଇଓସି ଆୟୋଜକ କମିଟିକୁ ଏହାର ଶ୍ରେୟ ଦିଆଯାଇଥିବା ବେଳେ ଏହି ତାରିଖଟି ଆଇଓସି ଇତିହାସରେ ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ପାଲଟି ଯାଇଥିଲା ।

କହିରଖିବା ଉଚିତ ହେବକି, ସେହି ଦିନ ଅର୍ଥାତ ୧୯୪୮ ମସିହା ଜୁନ ୨୩ ତାରିଖରେ ପ୍ରଥମେ ଏହି ଦିବସ ପାଳନ ହୋଇଥିଲା ।  ସେହି ସମୟରେ ପର୍ତ୍ତୁଗାଲ , ଗ୍ରୀସ, ଅଷ୍ଟ୍ରିୟା, କାନାଡ଼ା, ସ୍ୱିଜରଲ୍ୟାଣ୍ଡ, ଗ୍ରେଟ ବ୍ରିଟେନ, ଉରୁଗୁଏ, ଭେନେଜୁଏଲା, ଓ ବେଲ୍ଜିୟମ ପରି ରାଷ୍ଟ୍ର ମାନଙ୍କରେ ହିଁ ଅଲିମ୍ପିକ ଦିବସର ଆୟୋଜନ କରୁଥିଲେ ।  ବିଶ୍ଵବ୍ୟାପୀ ଜାରି ରହିଥିବା କରୋନା ମହାମାରୀର ପ୍ରଭାବ ଖେଳ ଉପରେ ଗଭୀର ଭାବେ ପଡିଛି ।  ଏହି କାରଣରୁ ହିଁ ଜାପାନର ଟୋକିଓରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସକୁ ଗୋଟେ ବର୍ଷ ପାଇଁ ବାତିଲ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.