Below header

ଚାଣକ୍ଯ ନୀତି: ସଙ୍କଟ ବା ଅସୁବିଧା ସମୟରେ ନିଶ୍ଚିତ ମନେ ରଖନ୍ତୁ ଏହିସବୁ କଥା, ମିଳିବ ବିଜୟ

ଭାରତର ଶ୍ରେଷ୍ଠ ବିଦ୍ବାନଙ୍କ ମଧ୍ୟରେ ଚାଣକ୍ଯ ଅନ୍ଯତମ। ଚାଣକ୍ଯଙ୍କ ଚାଣକ୍ଯ ନୀତି ବ୍ଯକ୍ତିକୁ ସଫଳ କରିବାକୁ ପ୍ରେରଣା ଦେଇଥାଏ। ଚାଣକ୍ଯଙ୍କ ଶିକ୍ଷା ଏବଂ କହିଥିବା କଥା ମଧ୍ୟ ଜୀବନରେ ଅନେକ କାମରେ ଆସିଥାଏ। ଖାସ୍ଏଥିପାଇଁ ଚାଣକ୍ଯଙ୍କ ନୀତି ଆଜି ମଧ୍ୟ ଲୋକପ୍ରିୟ।
ଚାଣକ୍ଯ ଅନୁସାରେ, ଜୀବନରେ ସଙ୍କଟ ସମୟ ସମସ୍ତଙ୍କୁ ସାମ୍ନା କରିବାକୁ ପଡିଥାଏ। ଚାଣକ୍ଯଙ୍କ କହିବାନୁସାରେ, ଜୀବନରେ ସଙ୍କଟ ସେପରି ଆସିଥାଏ, ଯେପରିକି ଦିନ ଏବଂ ରାତି ହୋଇଥାଏ। ଯେପରି ଦିନ ପରେ ରାତି ଏବଂ ରାତି ପରେ ଦିନ ହୋଇଥାଏ, ସେପରି ଜୀବନରେ ସଙ୍କଟ ଏବଂ ସମସ୍ଯା ଆସେ ଆଉ ଚାଲିଯାଏ। କିନ୍ତୁ ଆପଣ ଜୀବନରେ ଆସୁଥିବା ସଙ୍କଟକୁ ନେଇ କେବେ ବି ଭୟଭୀତ ହୁଅନ୍ତୁ ନାହିଁ। ଏହାକୁ ସାମ୍ନା କରନ୍ତୁ।

ଚାଣକ୍ଯ ନୀତି ଅନୁସାରେ କେତେ ବେଳେ ବି ଧୈର୍ଯ୍ଯ ହରାନ୍ତୁ ନାହିଁ। ଯେଉଁ ମଣିଷ ନିଜ ଦୁଃଖ ଏବଂ କଷ୍ଟ ସମୟରେ ଭାଙ୍ଗିପଡେ, ତାକୁ ସମସ୍ଯା ମାଡିବସେ। ତେଣୁ ସବୁବେଳେ ସବୁ ସମସ୍ଯାକୁ ବିନା ଭୟ କରି ସାମ୍ନା କରନ୍ତୁ। ଏମିତି ଲୋକ ଅନ୍ଯ ପାଇଁ ପ୍ରେରଣା ସାଜିପାରେ।
ଜୀବନରେ ଯେତେବେଳେ ବଡ ସଙ୍କଟ ବା ସମସ୍ଯା ଆସିଥାଏ, ସେତେବେଳେ କିଏ ପର ଆଉ କିଏ ଆପଣାର ଜଣାପଡିଛନ୍ତି। ସଙ୍କଟ ସମୟରେ ହିଁ କୌଣସି ବ୍ଯକ୍ତି ଆପଣଙ୍କ ମିତ୍ର ଆଉ କିଏ ଶତ୍ରୁ ବୋଲି ଜଣାପଡିଥାଏ। ସମସ୍ଯା ବେଳେ ଯିଏ ପାଖରେ ରହେ ନାହିଁ, ସେହି କେବେ ବି ଆପଣଙ୍କ ମିତ୍ର ହୋଇପାରିନାହିଁ।

chanakya

 

ଚାଣକ୍ଯ ନୀତି ଅନୁସାରେ, ଯିଏ ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କୁ ସାହାଯ୍ଯ କରିଥିବ, ତାକୁ କେବେ ବି ଭୁଲିବେ ନାହିଁ। ଯିଏ ଆପଣଙ୍କ ଦୁଃଖ ଏବଂ ସମସ୍ଯା ବେଳେ ଆପଣଙ୍କ ପାଖରେ ରହିଛି, ତାକୁ ଯେତେ ସମ୍ଭବ ସାହାଯ୍ଯ କରିବାକୁ ଚେଷ୍ଟା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.