Below header

ଆମେରିକାର ନୂଆ ସ୍ୱାସ୍ଥ୍ୟ ଟିମ୍‌ ଘୋଷଣା କଲେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

କେନ୍ୟୁଜ୍‌: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ନୂଆ ସ୍ୱାସ୍ଥ୍ୟ ଟିମ୍ ଘୋଷଣା କରିଛନ୍ତି । ବାଇଡେନ୍ କହିଛନ୍ତି, ଏହା ଏକ ବିଶ୍ୱସ୍ତରୀୟ ବିଶେଷଜ୍ଞ ଟିମ୍ । ଏହି ଟିମ୍‌ରେ ଭାରତୀୟ-ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତି ମଧ୍ୟ ରହିବେ । କରୋନା ମହାମାରୀକୁ କିପରି ରୋକାଯାଇପାରିବ, ସେହି ଦାୟିତ୍ୱ ତାଙ୍କ ଉପରେ ରହିବ । ବିବେକ ମୂର୍ତ୍ତିଙ୍କୁ ସର୍ଜନ ଜେନେରାଲ, ଜାଭିୟର ବେସେରାଙ୍କୁ ସ୍ୱାସ୍ଥ୍ୟ ଓ ମାନସ ସେବା ସଚିବ ଭାବେ ମନୋନିତ କରାଯାଇଛି । ଡାକ୍ତର ରୋଶେଲ ବାଲାସ୍କିଙ୍କୁ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ୍ ନିର୍ଦ୍ଦେଶକ, ଡାକ୍ତର ଆନ୍ଥୋନୀ ଫୌସୀ ମୁଖ୍ୟ ଚିକିତ୍ସତ ଅଧିକାରୀ ଭାବେ ମନୋନିତ କରାଯାଇଛି ।

ନିଜ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ପିଲାଙ୍କ ପାଇଁ ମାସ୍କିଂ, ଟୀକାକରଣ ଓ ସ୍କୁଲ ଖୋଲିବା ନେଇ ତିନିଟି ପ୍ରମୁଖ ଲକ୍ଷ ରହିଥିବା କହିଛନ୍ତି ଜୋ ବାଇଡେନ୍। ଏଥିସହ ବାଇଡେନ୍ କହିଛନ୍ତି, ଆମର ବିଶ୍ୱାସ ରହିଛି ପ୍ରଥମ ୧୦୦ ଦିନ ଭିତରେ କରୋନାରୁ ବାହାରିବା ପାଇଁ ପ୍ରୟାସ କରିବୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.