ବିରାଟ-ଅନୁଷ୍କା ପୁଣି ସେୟାର କଲେ ଗୁଡ ନ୍ଯୁଜ୍, ୨୦୨୦ର ସବୁଠାରୁ ଅଧିକ ଲାଇକ ମିଳିଥିବା ଫଟୋ ସେୟାର କଲା ଟ୍ବିଟର

ବଲିଉଡ ଏବଂ କ୍ରିକେଟ ଜଗତର ସବୁଠୁ ଚର୍ଚ୍ଚିତ ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ ଫଲୋୟର୍ସ ସଂଖ୍ୟା ବଢିବାରେ ଲାଗିଛି । ଚଳିତ ବର୍ଷ ଅଗଷ୍ଟରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜର ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ଏକ ଖୁସି ଖବର ସେୟାର କରିଥିଲେ କି, ସେମାନେ ଦୁହେଁ ପିତା-ମାତା ହେବାକୁ ଯାଉଛନ୍ତି । ଏଥିପାଇଁ ବିରାଟ ଟ୍ୱିଟ୍ ମଧ୍ୟ କରିଛନ୍ତି । ଟ୍ୱିଟର ଇଣ୍ଡିଆ ବର୍ତ୍ତମାନ ଘୋଷଣା କରିଛି ଯେ, ବିରାଟ କୋହଲିଙ୍କ ଟ୍ୱିଟ ୨୦୨୦ର ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ଟ୍ୱିଟ ଅଟେ । ଏହା ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ।

ଉଭୟଙ୍କ ଫ୍ୟାନ୍ସ ଏହି ଟୁଇଟକୁ ବହୁତ ଭଲପାଇବା ଦେଇଛନ୍ତି। ବିରାଟ ଏବଂ ଅନୁଷ୍କାଙ୍କ ଏହି ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା । ଅଫିସିଆଲ୍ ଟ୍ୱିଟର ଇଣ୍ଡିଆ ବିରାଟ କୋହଲିଙ୍କ ଟ୍ୱିଟକୁ କ୍ୟାପସନ ସହ ରିସେୟାର କରିଛି ଏବଂ ଲେଖିଛି, ‘୨୦୨୦ ର ସର୍ବାଧିକ ପସନ୍ଦିତ ଟ୍ୱିଟ’।

ବିରାଟ କୋହଲି ୨୦୨୦ ଅଗଷ୍ଟ ୨୭ ରେ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେମାନେ ପିତାମାତା ହେବେ ବୋଲି ସୂଚନା ଦେଇଥିଲେ। ଫଟୋରେ ଅନୁଷ୍କାଙ୍କ ପଛରେ ବିରାଟ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ବିରାଟ କୋହଲି କ୍ୟାପସନ୍ ସହିତ ଟ୍ୱିଟରରେ ଏହି ଫଟୋ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.