Below header

ଘୋଡ଼ାରେ ବସି ଖାଦ୍ୟ ପାର୍ସଲ ଦେବାକୁ ପହଞ୍ଚିଲେ Amazon ଡେଲିଭରୀ ବୟ, ଲୋକେ କହିଲେ ଏମିତି କଥା, Viral ହେଉଛି Video

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଘୋଡ଼ାରେ ବସି ପାର୍ସଲ ଡେଲିଭରୀ ଦେବାକୁ ଯାଉଛନ୍ତି। ଭିଡିଓଟି କଶ୍ମୀରର ଏବଂ ଘୋଡ଼ାରେ ବସିଥିବା ବ୍ୟକ୍ତି ଆମାଜନ ଡେଲିଭରୀ ବୟ ବୋଲି କୁହାଯାଉଛି।

ଅନୁମାନ କରାଯାଉଛି କି, କଶ୍ମୀରରେ ହୋଇଥିବା ପ୍ରବଳ ତୁଷାରପାତ ଯୋଗୁ ଆମାଜନ ନିଜ ଡେଲିଭରୀ ବୟଙ୍କୁ ଘୋଡ଼ାରେ ପାର୍ସଲ ଦେବା ପାଇଁ ପଠାଉଛି, ଯେପରି ଏହି ମୁସ୍କିଲ ସମୟରେ ମଧ୍ୟ ଲୋକଙ୍କୁ ଜିନିଷ ଡେଲିଭରୀରେ କୌଣସି ସମସ୍ୟା ନ ହେବ ଏବଂ ସେମାନଙ୍କ ଜିନିଷ ଠିକ୍‌ ସମୟରେ ସେମାନଙ୍କ ଘରେ ପହଞ୍ଚିବ।

delivey2

ସୋସିଆଲ ମିଡିଆରେ ଏହି ଭିଡିଓକୁ ଏତେ ମାତ୍ରାରେ ପସନ୍ଦ କରାଯାଉଛି ଯେ ଜଣେ ୟୁଜର ଏହି ଭିଡିଓ ଦେଖି ଆମାଜନର ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଛନ୍ତି। ଭିଡିଓଟିକୁ @ UmarGanie1 ନାମକ ୟୁଜର ୧୨ ଜାନୁୟାରୀରେ ସେୟାର କରିଥିଲେ। ୟୁଜର ଜଣକ ଏହାସହିତ କ୍ୟାପସନ ଲେଖିଥିଲେ, ‘ଆମାଜନ ଡେଲିଭରୀ ଇନୋଭେଶନ’। କହି ରଖୁଛୁ, ଗତ ସପ୍ତାହରେ ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.