ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ପରୋଦନୀ ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁଓ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ହତ୍ୟା ପରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ପରୋଦନୀ ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କୁ ୨୦ରୁ ୨୫ ଜଣ ମାଓବାଦୀ ଘରୁ ଉଠାଇ ନେବା ପରେ ଗଳାକାଟି ହତ୍ୟା କରିଛନ୍ତି ।

ମୃତକଙ୍କ ନାଁ ମେନୁ ରାମ ସଲାମ । ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଏଥିସହ ତାଙ୍କ ଘର ପାଖରେ ଥିବା ଧାନ ବସ୍ତା ବୋଝେଇ ଟ୍ରାକ୍ଟରରେ ମଧ୍ୟ ନିଆଁ ଲଗାଇଦେଇଥିଲେ । ଘଟଣାସ୍ଥଳରୁ କିଛି ମାଓ ପୋଷ୍ଟର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.