Below header

ଭୁବନେଶ୍ୱର : ସିଆରପି ଓଭର ବ୍ରିଜ୍‌ ଉପରେ ଜଳିଲା ଚଳନ୍ତା କାର୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳନ୍ତା ଗାଡ଼ିରେ ଅଗ୍ନିକାଣ୍ଡ। ଭୁବନେଶ୍ୱର CRP ଓଭର ବ୍ରିଜ ଉପରେ ଜଳିଗଲା କାର୍‌ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ତେବେ କାର୍‌ଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ଅଚାନକ ଇଞ୍ଜିନରେ ନିଆ ଲାଗି ହୁତ୍‌ହୁତ୍‌ ହୋଇ ଜଳିବା ଆରମ୍ଭ କରିଥିଲା।

CAR FIRE-2

ଏ ଅବସ୍ଥା ଦେଖି ତୁରନ୍ତ କାର୍‌ ଡ୍ରାଇଭର୍‌ ବାହାରକୁ ବାହାରି ଆସିଥିଲେ । ହେଲେ ନିଆଁକୁ ଆୟତ୍ତ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି କାର୍‌ରେ ଡ୍ରାଇଭରଙ୍କୁ ମିଶାଇ ତିନି ଜଣ ବ୍ୟକ୍ତି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.