Below header

ଫାର୍ମହାଉସ୍‌ରେ ଚୋରି କଲା ଚୋର, କିନ୍ତୁ ମାଲିକ ତାକୁ ହିଁ ଦେଇଦେଲେ ଚାକିରି; କାରଣ ଥିଲା ଏମିତି

କୁହାଯାଏ, ପଶ୍ଚାତାପଠୁ ବଡ଼ ପ୍ରାୟଶ୍ଚିତ ଆଉ କିଛି ନାହିଁ। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ମିରଠରେ। ଏଠାରେ ଏକ ଚୋରକୁ ମାଲିକ ଜଣକ ଚୋରି କରିଥିବା ଫାର୍ମହାଉସ୍‌ରେ ହିଁ ଚାକିରି ଦେଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଠାରେ ଏକ ଚୋର ଚୋରି କରିବା ପରେ ହଠାତ୍‌ ତା’ର ମନ ପରିବର୍ତ୍ତନ ହୋଇଯାଇଛି ଓ ସେ ନିଜ ଭୁଲ ସ୍ୱୀକାର କରି ସମସ୍ତ ଜିନିଷ ଫେରାଇ ଦେଇଛି। କିନ୍ତୁ ଏହା ପରେ କିଛି ଏମିତି ହେଲା ଯାହା ଫଳରେ ତାକୁ ମାଲିକ ନିଜ ଫାର୍ମହାଉସ୍‌ରେ ହିଁ ଚାକିରି ଦେଇଛନ୍ତି।

ରିପୋର୍ଟ ମୁତାବକ, ମିରଠର ମୋଦିପୁରମ୍‌ରେ ରାଲୋଦର ଜିଲ୍ଲାଧ୍ୟକ୍ଷ ରାହୁଲ ଦେବଙ୍କ ଫାର୍ମହାଉସ୍‌ରୁ କିଛି ଦିନ ତଳେ କିଛି ଜିନିଷ ଚୋରି ହୋଇଥିଲା। ଏଣୁ ସେ ପୋଲିସରେ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କିଛି ପଦକ୍ଷେପ ନେବା ପୂର୍ବରୁ ହିଁ ଚୋର ସମସ୍ତ ଜିନିଷ ସହ ଥାନାକୁ ଆସି ତାଙ୍କୁ କ୍ଷମା ମାଗିଥିଲା। ଚୋରର ଏଭଳି ପରିବର୍ତ୍ତନ ଦେଖି ରାହୁଲ ତାଙ୍କୁ ଚୋରି କରିବାର କାରଣ ଓ ପୁଣି ଜିନିଷ ଫେରାଇବାର ଅର୍ଥ ପଚାରିଥିଲେ।

ଉତ୍ତରରେ ଚୋରଟି କହିଥିଲା ତା’ ପାଖରେ କିଛି କାମ ନାହିଁ। ଏଣୁ ପରିବାର ଲୋକଙ୍କ ପାଇଁ ଖାଇବା କିଣିବାକୁ ସେ ଚୋରି କରିଥିଲା। ମାତ୍ର ଘରକୁ ଫେରିବା ପରେ ତା’ମନ ପରିବର୍ତ୍ତନ ହୋଇଗଲା ଓ ସେ ଯାହା କରିଛି ତାହା ଭୁଲ ବୋଲି ହୃଦୟଙ୍ଗମ କରିଥିଲା। ଏଣୁ ସେ ସମସ୍ତ ଜିନିଷ ଆଣି ଫେରାଉଛି ବୋଲି କହିଥିଲା। ଚୋରର ଏଭଳି ପରିବର୍ତ୍ତନ ଦେଖି ରାହୁଲ ମଧ୍ୟ ତାକୁ କ୍ଷମା କରିବା ସହ ଚୋରି କରିଥିବା ଫାର୍ମହାଉସ୍‌ରେ ହିଁ ଚାକିରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.