କଳାହାଣ୍ଡିବାସୀଙ୍କୁ ୨୦୮୫ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ, କଲେ ୧୦୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

କଳାହାଣ୍ଡି: କଳାହାଣ୍ଡିବାସୀଙ୍କୁ ୨୦୮୫ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ, ୯୮୬ କୋଟି ୭୧ଲକ୍ଷ ଟଙ୍କାର ମେଗା ଉଠାଜଳସେଚନ ଓ ୧୦୬୪ କୋଟିର ୫୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ୧୦୨୦ କୋଟିର ୫୨ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହି ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ୩ଲକ୍ଷ ଚାଷୀ ଉପକୃତ ହେବେ। କଳାହାଣ୍ଡିରେ ୬୧କୋଟି ୧୨ଲକ୍ଷ ଟଙ୍କାର ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ଗୋଲାମୁଣ୍ଡାରେ ୫୨କୋଟି ଟଙ୍କାରେ ଗ୍ରୀଡ ସବ୍‌ଷ୍ଟେସନ କରାଯିବ। ଏହାଦ୍ୱାରା ୫ ଲକ୍ଷରୁ ଅଧିକ ଲୋକ ଉନ୍ନତ ବିଜୁଳି ସେବା ପାଇବେ। ୧୪ କୋଟି ଟଙ୍କାରେ ସ୍ୱାସ୍ଥ୍ୟ ପ୍ରକଳ୍ପର ଶିଳାନ୍ୟାସ, କେସିଙ୍ଗାରେ ୨୬କୋଟି ଟଙ୍କା ବ୍ୟୟରେ MSME ପାର୍କ, ୧୭୭.୮୩୫ କୋଟି ବ୍ୟୟରେ ୧୨୧ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଅନେକ ପ୍ରକଳ୍ପ ଓ ଭବାନୀପାଟଣାରେ ଜିମନାସିୟମ ଓ ଇଣ୍ଡୋର ହଲର ସମ୍ପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୮ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.