ମକର ସଂକ୍ରାନ୍ତିକୁ ନେଇ କାରିଗରଙ୍କ ନିଆରା କଳାକୃତି, ତିଆରି କଲେ ସୁନା-ଚାନ୍ଦିର ମିନିଏଚର ଗୁଡ଼ି, ମାଞ୍ଜା ଓ ଫେସ୍‌ ମାସ୍କ

ମକର ସଂକ୍ରାନ୍ତି ଆମ ଦେଶରେ ବଡ଼ ଧୁମଧାମରେ ପାଳନ କରାଯାଇଥାଏ। ଏହି ଦିନ ଗୁଡ଼ି ଉଡ଼ାଇବାର ପରମ୍ପରା ବହୁତ ପୁରୁଣା। ସାରା ଦେଶରେ ପିଲାଠୁ ବୃଦ୍ଧ, ସମସ୍ତେ ଗୁଡ଼ି ଉଡ଼ାଇ ମଜା ନେଇଥାଆନ୍ତି, ଯାହାକୁ ଦୃଷ୍ଟିରେ ରଖି ବଜାରରେ ରଙ୍ଗ ବେରଙ୍ଗ ତଥା ବିଭିନ୍ନ ଡିଜାଇନର ଗୁଡ଼ି ବିକ୍ରି ହୋଇଥାଏ। କିଛି ଲୋକ ଏହି ଗୁଡ଼ି ଜରିଆରେ ସମାଜକୁ ବିଭିନ୍ନ ବାର୍ତ୍ତା ଦେଇଥାଆନ୍ତି।

kite2

ଚଳିତବର୍ଷ ବିଭିନ୍ନ ଭେରାଇଟିର ଗୁଡ଼ି ତିଆରି କରାଯାଇଛି, ଯେଉଁଥିରେ କରୋନା ଭାଇରସ୍‌, ପିଏମ୍‌ ମୋଦି, ସୁପର ହିରୋଜ, ବିରାଟ-ଅନୁଷ୍କାଙ୍କ ଫଟୋ ଦେଖିବାକୁ ମିଳିଛି। ଏମିତିରେ ହାଇଦ୍ରାବାଦର ଜଣେ କାରିଗର ଏକ ନିଆରା ଗୁଡ଼ି ତିଆରି କରିଛନ୍ତି, ଯାହାକୁ ନେଇ ସବୁ ଆଡ଼େ ଚର୍ଚ୍ଚା ହେଉଛି। କଳାକାର ଜଣକ ସୁନା ଏବଂ ଚାନ୍ଦିରେ ଏକ କ୍ଷୁଦ୍ର ଗୁଡ଼ି ତିଆରି କରିଛନ୍ତି।

kite3

କେବଳ ଏତିକି ନୁହେଁ, ଏଥିରେ ସେ ମିନିଏଚର ମାଞ୍ଜା ଓ ଫେସ୍‌ ମାସ୍କ ମଧ୍ୟ ତିଆରି କରିଛନ୍ତି। ଏ ସବୁର ଓଜନ ୨.୫୮ ଗ୍ରାମ। କାରିଗରଙ୍କ କହିବା ହେଲା, ପ୍ରତ୍ୟେକ ବର୍ଷ ସେ ସୁନା ଏବଂ ଚାନ୍ଦିରେ ଗୁଡ଼ି ଓ ମାଞ୍ଜା ତିଆରି କରିଥାଆନ୍ତି। ଉତ୍ସବ ପରେ ଏହାକୁ ତିରୁପତିରେ ଭଗବାନ ଭେଙ୍କେଟେଶ୍ୱରଙ୍କୁ ଅର୍ପଣ କରିଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.