Below header

ଘରେ ପଶି ମା ମୁଣ୍ଡରେ ବନ୍ଧୁକ ରଖିଲେ ଦୁବୃର୍ତ୍ତ, ୫ ବର୍ଷର ଏହା ଦେଖି ଏମିତି ମାରିଲା ମୁକା ଦେଖନ୍ତୁ ଭିଡିଓ

ଏକ ପାଞ୍ଚ ବର୍ଷର ଆମେରିକୀୟ ଶିଶୁ ବନିଯାଇଛି ହିରୋ। ଇଣ୍ଟରନେଟରେ ଧମାଲ ମଚାଉଛି ଏହି ପାଞ୍ଚ ବର୍ଷର ବାଳକ। ନିଜ ମାକୁ ବଞ୍ଚାଇବାକୁ ଯାଇ ବନିଯାଇଛି ଇଣ୍ଟରନେଟ ହିରୋ। ଇଣ୍ଡିଆନାରେ ସାଉଥ ବ୍ୟାଣ୍ଡ ପୋଲିସ ଏକ ଆକ୍ରମଣର ଭିଡିଓ ଫୁଟେଜ୍‌ ଜାରି କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ପାଞ୍ଚ ବର୍ଷର ବାଳକ ନିଜ ମା ଏବଂ ଭଉଣୀର ରକ୍ଷା କରିବାକୁ ଦୁବୃର୍ତ୍ତଙ୍କ ସହିତ ଲଢ଼ିବାକୁ ପଛାଇନାହିଁ। ଏମାନଙ୍କ ପାଖରେ ବନ୍ଧୁକ ମଧ୍ୟ ଥିଲା, କିନ୍ତୁ ତାକୁ ଖାତିର ନ କରି ସେମାନଙ୍କ ସହିତ ଲଢ଼ିବାକୁ ଆଗେଇ ଗଲା ଏହି ପାଞ୍ଚ ବର୍ଷର ବାଳକ।

ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ୪ ଜଣ ଦୁବୃର୍ତ୍ତ ଜୋର ଜବରଦସ୍ତ ଏକ ଘରେ ଭିତରେ ପଶି ଯାଉଛନ୍ତି। ଏହି ଭିଡିଓରେ ଜଣେ ମହିଳା ବି ଦେଖାଯାଉଛନ୍ତି।

ତେବେ ସବୁଠୁ ଆଶ୍ଚଯ୍ୟର୍ର କଥା ଏତେ ଛୋଟ ପିଲାଟି ହୋଇ ବି ଏହି ପାଞ୍ଚ ବର୍ଷର ବାଳକଟି ତାର ମାଆ ପାଇଁ ଏମିତି ସାହାସିକତା ଦେଖାଉଛି। ନିଜ ପରିବାରକୁ ରକ୍ଷା କରିବାକୁ ସେ ସେହି ଦୁବୃର୍ତ୍ତଙ୍କ ଉପରକୁ ନିଜ ଖେଳଣା ଫିଙ୍ଗୁଛି। ତେବେ ଆପଣ ବି ଦେଖନ୍ତୁ ଏ ଭାଇରାଲ ଭିଡିଓ ଏବଂ ପିଲାର ସାହସକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.