Below header

Viral: ସଫେଇ କର୍ମୀ ଦୁଇ ଭାଇଙ୍କ କଣ୍ଠସ୍ୱରରେ ମନ୍ତ୍ରମୁଗ୍ଧ ହେଲେ ଆନନ୍ଦ ମହିନ୍ଦ୍ରା, ଭିଡିଓ ଶେୟାର କରି କହିଲେ, ‘ଅତୁଳନୀୟ ଭାରତ’

ମହିନ୍ଦ୍ରା ଗ୍ରୁପ୍‌ର ସଂସ୍ଥାପକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି। ସେ ଟ୍ଵିଟରରେ ଏମିତି କିଛି ଭିଡିଓ ଶେୟାର କରନ୍ତି, ଯାହାକୁ ଦେଖି ୟୁଜରମାନେ ବେଶ୍‌ ପ୍ରଶଂସା କରିବା ସହିତ ପ୍ରୋତ୍ସାହିତ ମଧ୍ୟ କରିଥାଆନ୍ତି। ଏବେ ସେ ଦିଲ୍ଲୀରେ ଅଳିଆ ଗୋଟାଉଥିବା ଦୁଇ ଭାଇଙ୍କ ସୁମଧୁର କଣ୍ଠସ୍ୱରରେ ପ୍ରଭାବିତ ହୋଇ ଟ୍ଵିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସଫେଇ କରୁଥିବା ଦୁଇ ଯୁବକ ହିନ୍ଦୀରେ ଗୀତ ଗାଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ପ୍ରତିଭା ଦେଖି ଆନନ୍ଦ ମହିନ୍ଦ୍ରା ଭିଡିଓ ଶେୟାର କରିବା ସହିତ ଦିଲ୍ଲୀବାସୀଙ୍କଠାରୁ ସଙ୍ଗୀତ ଶିକ୍ଷକଙ୍କ ବିଷୟରେ ପରାମର୍ଶ ଲୋଡ଼ିଛନ୍ତି।

ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ପ୍ରତିଭାର କୌଣସି ସୀମା ନ ଥାଏ, ଏହା କେଉଁଠୁ ବି ଆସିପାରେ। ଏମାନଙ୍କ ପ୍ରତିଭା ପ୍ରସ୍ଫୁଟିତ ହେଉଛି। ଦିଲ୍ଲୀରେ କେହି ସଙ୍ଗୀତ ଶିକ୍ଷକ ନଚେତ୍‌ ଭଏସ୍‌ କୋଚ୍‌ଙ୍କ ବିଷୟରେ ସୂଚନା ଦେଇପାରିବେ କି? ଯିଏ ସନ୍ଧ୍ୟା ସମୟରେ ଏହି କାମ କରିବେ। କାରଣ, ଦିନସାରା ଏମାନେ କାମ କରିଥାଆନ୍ତି।’

ମହିନ୍ଦ୍ରାଙ୍କ କହିବା ହେଲା, ଏହି ଭିଡିଓ ତାଙ୍କୁ ତାଙ୍କର ଜଣେ ସାଙ୍ଗ ପଠାଇଥିଲେ। ଏଥିରେ ହାଫିଜ ଓ ହବୀବୁର ଦୁଇଭାଇ ଗୀତ ଗାଉଛନ୍ତି, ଏମାନେ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍‌ କଲୋନୀ ଅଞ୍ଚଳରେ ଆବର୍ଜନା ଗୋଟାଇବା କାମ କରିଥାଆନ୍ତି। ଭିଡିଓକୁ ଏ ପର୍ଯ୍ୟନ୍ତ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଜଣେ ବ୍ୟକ୍ତି ଏହାକୁ ପ୍ରଶଂସା କରି କହିଛନ୍ତି, ‘ସେମାନଙ୍କ ପାଖରେ ବାସ୍ତବରେ ପ୍ରତିଭା ଭରିରହିଛି ଏବଂ ମୋତେ ବହୁତ ଖୁସି ଓ ଗର୍ବ ଲାଗୁଛି କି, ଆପଣ ସେମାନଙ୍କ ପାଇଁ ଏତେ ବଡ଼ କାମ କରିଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.