କେନ୍ଦୁଝର: ଗୋଷ୍ଠୀ ସଂଘର୍ଷର ରୂପ ନେଲା ସାମାନ୍ୟ ବଚସା, ଚାଲିଗଲା ଜଣଙ୍କ ଜୀବନ

କେନ୍ଦୁଝର: ସାମାନ୍ୟ ବଚସାରୁ ଗଲା ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରର କମାରଯୋଡ଼ାରେ। ଏଠାରେ ସାମାନ୍ୟ ଗାଡ଼ି ଧକ୍କା ହେବାରୁ ପ୍ରଥମେ ଡ୍ରାଇଭର-ଡ୍ରାଇଭର ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ର ହୋଇ ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିଥିଲା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଟାଟା କମ୍ପାନୀ ଠିକାଦାର ଡିପି ସିଂହଙ୍କ ଗ୍ଯାରେଜରୁ ଏକ ବୋଲେରୋ ବାହାରୁ ଥିବା ସମୟରେ ଅପରପଟୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇଥିଲା। ଫଳରେ ଅଟୋ ଡ୍ରାଇଭର ଓ ବୋଲେରୋ ଡ୍ରାଇଭରଙ୍କ ମଧ୍ଯରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ କମ୍ପାନୀର ଅନ୍ୟ କର୍ମଚାରୀମାନେ ବୋଲେରୋ ଡ୍ରାଇଭରଙ୍କ ସହ ମିଶି ଅଟୋ ଡ୍ରାଇଭରଙ୍କୁ ମାଡ଼ ମାରିିଥିଲେ। ମାଡ଼ ଖାଇବା ପରେ ଅଟୋ ଡ୍ରାଇଭ ଜଣକ ନିଜ ବସ୍ତିକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ । ଏହାପରେ ବସ୍ତି ବାସିନ୍ଦା ଠେଙ୍ଗା ବାଡି ଧରି ଠିକାଦାରଙ୍କ କାର୍ଯ୍ୟାଳୟରେ ପଶି ମାରପିଟ ଆରମ୍ଭ କରିଥିଲେ। ଏଥିରେ ଠିକାଦାର ଡିପି ସିଂହଙ୍କ ପୁଅ ରବି କିରଣ ଓ ଅନ୍ଯମାନେ ଆହତ ହୋଇଥିଲେ । ତେବେ ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଅଭିଯୁକ୍ତମାନେ ଜାଗା ଛାଡ଼ି ପଳାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.