Below header

ଆଜି ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ -୨୦୨୦’ : ଔପନ୍ୟାସିକା ଅନୁରାଧା ରାୟଙ୍କୁ ମିଳିବ ‘ନୀଳିମା ରାଣୀ ସାହିତ୍ୟ ସମ୍ମାନ’ ଓ ସାହିତ୍ୟିକ ହରପ୍ରସାଦ ଦାଶଙ୍କୁ ମିଳିବ ‘କାଦମ୍ବିନୀ ସାହିତ୍ୟ ସମ୍ମାନ’

ଜାନୁଆରୀ ମାସ ୫ ତାରିଖ ସକାଳେ ଅର୍ଥାତ ଆଉ କିଛି ସମୟ ପରେ ଭୁବନେଶ୍ୱର ସ୍ଥିତ କିଟ ବିଶ୍ବ ବିଦ୍ୟାଳୟର ୬ ନମ୍ବର କ୍ୟାମ୍ପସ ପରିସରରେ ସାରସ୍ୱତ ମହାକୁମ୍ଭ “କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ କାଦମ୍ବିନୀ ପତ୍ରିକା ହାଟ ” ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସୁପ୍ରସିଦ୍ଧ ସାହିତ୍ୟକ, ଲେଖକ, କବି ଯୋଗ ଦେଉଥିବା ବେଳେ ଉତ୍ସବ ଟିର ଉଦ୍ଘାଟନ କରିବେ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପ୍ରଖ୍ୟାତ ଆଇନଜିବୀ ସଲମାନ ଖୁର୍ସିଦ । ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବିଶିଷ୍ଟ ଲେଖିକା ମୃଦୁଳା ଗର୍ଗ, ସାମ୍ବାଦିକ ରାହୁଲ ଦେବ, କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଡ଼. ଚନ୍ଦ୍ରଶେଖର କମ୍ବର ଏବଂ ବିଶିଷ୍ଟ ଚଳଚିତ୍ର ଅଭିନେତା ରଜତ କାପୁର ।

କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ତୁଲାଇବେ ଶାନ୍ତନୁ କୁମାର ଆଚାର୍ଯ୍ୟ । ଚଳିତ ବର୍ଷର ଏହି ଉତ୍ସବରେ ବିଶିଷ୍ଟ ଔପନାସିକା ଶ୍ରୀମତୀ ଅନୁରାଧା ରାୟଙ୍କୁ ‘ନୀଳିମା ରାଣୀ ସାହିତ୍ୟ ସମ୍ମାନ -୨୦୨୦ ‘ରେ ସମ୍ମାନିତ କରାଯିବ । ଏହା ସହ ସାହିତ୍ୟ କ୍ଷେତ୍ରକୁ ଉଲ୍ଳେଖନିୟ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟକ ହର ପ୍ରସାଦ ଦାସଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ- ୨୦୨୦ ‘ରେ ସମ୍ମାନିତ କରାଯିବ । ତେବେ ଆସନ୍ତୁ ଜାଣିବା ଏହି ଦୁଇ ମହାନ ସାହିତ୍ୟକଙ୍କ ସାହିତ୍ୟ ଯାତ୍ରା ବିଷୟରେ କିଛି :

ଔପନାସିକା ଶ୍ରୀମତୀ ଅନୁରାଧା ରାୟଙ୍କ ବିଷୟରେ କିଛି :

୧୯୬୭ ମସିହା କଲିକତା ଠାରେ ଜନ୍ମ ନିଅନ୍ତି ଏହି ପ୍ରଖ୍ୟାତ ସାହିତ୍ୟିକା । କିନ୍ତୁ ପିଲାବେଳର ଅଧିକାଂଶ ସମୟ କଟିଥିଲା ହାଇଦରାବାଦ ସହରରେ । ପରବର୍ତ୍ତୀ ସମୟରେ ଇଂରାଜୀ ସାହିତ୍ୟରେ ପ୍ରେସିଡେନ୍ସି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ କଲିକତା ବିଶ୍ବବିଦ୍ୟାଳୟ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା । ଅନୁରାଧା ରାୟଙ୍କ ପ୍ରଥମ ଉପନ୍ୟାସ ହେଉଛି ‘ଆନ ଆଟ୍ଲାସ ଅଫ ଇମପଶିବଲ ଲଙ୍ଗିଙ୍ଗ” । ତାଙ୍କ ଏହି ଉପନ୍ୟାସ ଟିକୁ ୧୫ ଟି ଭାଷାରେ ଅନୁବାଦ କରାଯାଇଥିଲା ।

ତାଙ୍କ ରଚିତ ଦ୍ଵିତୀୟ ଉପନ୍ୟାସ ହେଉଛି ‘ଦ ଫୋଲଡ଼େଡ଼ ଆର୍ଥ’, ଇକୋନୋମିକ କ୍ରସୱାର୍ଡ଼ ପ୍ରାଇଜ ଲାଭ କରିଥିବାବେଳେ ଏହାକୁ ମଧ୍ୟ ଅନେକ ଭାଷାରେ ଅନୁବାଦ କରାଯାଇଛି । ଲୋକପ୍ରିୟ ଉପନ୍ୟାସ ‘ସ୍ଲିପିଂ ଅନ ଯୁପିଟର’ ପାଇଁ ଦକ୍ଷିଣ ଏସିଆର ଡ଼ିଏସସି ସମ୍ମାନ ଲାଭ କରିଥିବା ବେଳେ ମ୍ୟାନ ବୁକର ପ୍ରାଇଜ ପାଇଁ ତାଙ୍କ ଚୟନ ହୋଇଥିଲା । ତାଙ୍କ ୪ର୍ଥ ଉପନ୍ୟାଶ “ଅଲ ଦ ଲାଇଭସ ଵି ନେଭର ଲିଭଡ” ପାଇଁ ତାଙ୍କୁ ‘ଟାଟା ବୁକ ଅଫ ଦ ଇୟର’ ସମ୍ମାନ ମିଳିଥିଲା ।

KADAMBINI

ସାହିତ୍ୟିକ ହରପ୍ରସାଦ ଦାସଙ୍କ ବିଷୟରେ କିଛି:

ଓଡ଼ିଆ ଭାଷାର ବିଶିଷ୍ଟ କବି ହରପ୍ରସାଦ ଦାସଙ୍କର ଜନ୍ମ ହୁଏ ୧୯୪୬ ମସିହା ଜାନୁଆରୀ ମାସ ୧୫ ତାରିଖରେ । କବି ସହ ସେ ଜଣେ ପ୍ରଖ୍ୟାତ ପ୍ରବନ୍ଧକ ଓ ସ୍ତମ୍ଭକାର ମଧ୍ୟ । ଅନ୍ୟପକ୍ଷରେ ହରପ୍ରସାଦ ହେଉଛନ୍ତି ଜଣେ ଅବସରପାପ୍ତ ଦକ୍ଷ ପ୍ରଶାସନିକ ଅଧିକାରୀ । ଜାତିସଂଘର ବିଭିନ୍ନ ବିଭାଗରେ ସେ ସଫଳତାର ସହ ଦାୟିତ୍ୱଭାର ତୁଲାଇଛନ୍ତି । ସାହିତ୍ୟ କ୍ଷେତ୍ରକୁ ଅନନ୍ୟ ଦାନ ପାଇଁ ତାଙ୍କୁ କଳିଙ୍ଗ ଭାଷା ସାହିତ୍ୟ ସମ୍ମାନ- ୨୦୧୭ , ଗଙ୍ଗାଧର ମେହେର ସମ୍ମାନ ୨୦୦୮, ମୂର୍ତ୍ତିଦେବି ସମ୍ମାନ ୨୦୧୩, ଗଙ୍ଗାଧର ମେହେର ସମ୍ମାନ ୨୦୦୮ ପୁରସ୍କାର ମିଳିଛି । ଏହି ବିଶିଷ୍ଟ ସାହିତ୍ୟକଙ୍କୁ ୧୯୯୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୦୮ ମସିହାରେ ସାରଳା ସମ୍ମାନିତରେ ସମ୍ମାନିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.