Below header

ଏଟିଏମରୁ ଆପେ ଆପେ ବାହାରୁଛି ଟଙ୍କା, ଦେଖନ୍ତୁ ଭିଡିଓ

ଏଟିମଏମରୁ ଆମେ ସମସ୍ତେ ଟଙ୍କା ଉଠାଇଥାନ୍ତି। କିନ୍ତୁ ଥରେ ଭାବନ୍ତୁ ଯଦି ବିନା କାର୍ଡ ବ୍ୟବହାର କରି ମଧ୍ୟ ଏଟିଏମରୁ ଟଙ୍କା ବାହାରିବାକୁ ଲାଗୁଥାଏ ତେବେ ଆପଣ କଣ କରିବେ। ଆପଣଙ୍କୁ ଏହି କଥା ଉପରେ ବିଶ୍ବାସ ହେବ ନାହିଁ, କିନ୍ତୁ ଏହା ସତ। ଲଣ୍ଡନର ରେଲୱେ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଷ୍ଟେସନରେ ଲାଗିଥିବା ବିଟକଏନ ଏଟିଏମରୁ ୨୦ ପାଉଣ୍ଡ ନୋଟ୍ ବାହାରିବାକୁ ଲାଗିଲା। ଏହା ଦେଖି ସେଠାରେ ଥିବା ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଭିଡିଓଟିକୁ ସେୟାର କରାଯାଇଛି। ୨୦ ସେକେଣ୍ଡର ଏହି ଭିଡିଓକୁ ଲୋକମାନେ ବହୁତ ବେଗରେ ଭାଇରାଲ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଲଣ୍ଡନର ବ୍ରାଣ୍ଡ ଷ୍ଟ୍ରୀଟ୍ ଟ୍ୟୁବ୍ ଷ୍ଟେସନର ଅଟେ।

atmଭିଡିଓରେ ଆପଣ ସଫା ସଫା ଦେଖିପାରୁଥିବେ ଏଟିଏମରୁ ଆପେ ଆପେ ଟଙ୍କା ବାହାରୁଛି। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ଲୋକଙ୍କୁ ସେଠାରୁ ଦୂରକୁ କରୁଛନ୍ତି। ଏହାକୁ ଦେଖି ସେଠାରେ ଯାଉଥିବା ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ। ସେହିଭଳି ଏହି ଭିଡିଓରେ ଜଣେ ବ୍ୟକ୍ତି ଦେଖାଯାଉଛନ୍ତି ଯିଏ କି କଳା ରଙ୍ଗର ବ୍ୟାଗରେ ଟଙ୍କାକୁ ଭରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏପରି କାହିଁକି ହେଉଛି ତାହାକୁ ନେଇ ବହୁତ ଜଣ ପ୍ରତିକ୍ରୀୟା ରଖିଛନ୍ତି।

ଗ୍ରାମୋଷ୍କୀର ସନ କହିଲେ ଯେ ୟୁକେରେ ବ୍ୟବହାର ହେଉଥିବା ଛୋଟ ନୋଟ୍ ଠାରୁ ଉତ୍ତମ ଟେକନିକ କରିବା ପାଇଁ ଏଟିଏମକୁ ପୁଣି ଡିଜାଇନ କରିବା ଆବଶ୍ୟକ। ରିପୋର୍ଟ ଅନୁଯାୟୀ ଅନୁସାରପୋଲିସ କମ୍ପାନୀ ଏହି ମେସିନକୁ ବନାଉଛନ୍ତି। ତାଙ୍କର କହିବା କଥା ଯେ ଏଠାରେ ବହୁତ ଟଙ୍କା ବାହାର କରାଯାଇଥିବ, ସେଥିପାଇଁ ହଠାତ୍ ଟଙ୍କା ବାହାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.