ଗଛରେ ଝୁଲାଇ ପଳାଇ ଆସିଥିଲା ରାକ୍ଷସ ସ୍ବାମୀ, ହେଲେ ଭାଗ୍ୟବଶତଃ ଡ଼ାଳ ଭାଙ୍ଗି ଯିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା

ମୟୂରଭଞ୍ଜ(କେନ୍ୟୁଜ୍) : ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା । ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ଘଟିବାକୁ ଯାଉଥିବା ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି । ମୟୂରଭଞ୍ଜ ଘଷିପୁରା ଥାନା ନଦୁଆଁ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପ୍ରମୋଦ ଦେହୁରୀ ତାଙ୍କ ପତ୍ନୀ ପ୍ରମିଳା ଦେହୁରୀଙ୍କ ସହ ବିବାହ ପରଠୁ କଳହ ଲାଗି ରହୁଥିଲା । ଏହାପରେ ଝିଅକୁ ଛାଡ଼ି ବାପ ଘର ଅଗରପଡ଼ାରେ ରହୁଥିଲେ ପ୍ରମିଳା । ଏହି ମଧ୍ୟରେ ପ୍ରମୋଦ ଦ୍ୱିତୀୟ ବିବାହ କରିଥିଲେ । କିଛି ଦିନ ପରେ ପ୍ରମୋଦ ଶ୍ୱଶୁର ଘର ଅଗରପଡ଼ା ଯାଇ ବୁଝାସୁଝା କରି ପ୍ରମିଳାଙ୍କୁ ଘରକୁ ଆଣିଥିଲେ । ଗତକାଲି ରାତିରେ ପ୍ରମୋଦ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରମିଳାଙ୍କୁ ମାଡ଼ ମାରିବା ସହ ପାଖ ଜଙ୍ଗଲରେ ଏକ ଗଛରେ ବାନ୍ଧି ଝୁଲାଇ ଦେଇ ଆସିଥିଲେ । ହେଲେ ଭାଗ୍ୟବଶତଃ ଗଛ ଡ଼ାଳ ଭାଙ୍ଗି ଯିବାରୁ ମହିଳା ଜଣଙ୍କ ଅଳ୍ପକେ ବଞ୍ଚି ଯାଇଥିଲେ । ଏହାପରେ ଜଣେ ବୃଦ୍ଧ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.