Below header

୮ ବର୍ଷର ଜେଲ ରହଣି ଭିତରେ ୩୧ଟି ଡିଗ୍ରୀ ହାସଲ କଲେ ବ୍ୟକ୍ତି, ମୁକୁଳିବା ମାତ୍ରେ ମିଳିଲା ସରକାରୀ ଚାକିରୀ

କଣ କେବେ ଆପଣ ଶୁଣିଛନ୍ତି କି, ଜଣେ ଜେଲଦଣ୍ଡ ଭୋଗୁଥିବା ସମୟରେ ଅନେକ ଡିଗ୍ରୀ ହାସଲ କରିଥିବେ ଆଉ ଜେଲରୁ ମୁକୁଳିବା ମାତ୍ରେ ଏକ ସରକାରୀ ପାଇଥିବେ । ବିଶ୍ୱାସ ହେଉନି ନା କିନ୍ତୁ ଏମିତି ଏକ ଘଟଣା ଗୁଜୁରାଟର ଭାବନଗର ସହରରେ ଘଟିଛି । ଜେଲ ଦଣ୍ଡକୁ ଆର୍ଶୀବାଦ ଭଳି ଗ୍ରହଣ କରିଛନ୍ତି ବ୍ୟକ୍ତି ଜଣଙ୍କ । ଭାବନଗର ବାସିନ୍ଦା ଭାନୁଭାଇ ପଟେଲ ନାମକ ଜଣେ ବ୍ୟକ୍ତିଙ୍କୁ କୌଣସି ଏକ ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇ ୧୦
ବର୍ଷର ଜେଲଦଣ୍ଡ ହୋଇଥିଲା । ଜେଲଦଣ୍ଡ ପାଇବା ପରେ ବି ଭାଙ୍ଗି ଯାଇନଥିଲେ କି ପଛକୁ ବି ହଟି ନଥିଲେ । ବରଂ ଜାଣି ଆଶ୍ଚର୍ଯ୍ୟ ହେବେ ୮ ବର୍ଷର ଜେଲ ରହଣି ଭିତରେ ୩୧ ଟି ଡିଗ୍ରୀ ହାସଲ କରିଥିଲେ ଭାନୁଭାଇ ।

bhabnagar

ଆଉ ଜେଲରୁ ବାହାରିବା କ୍ଷଣି ତାଙ୍କୁ ଯେ ଖାଲି ସରକାରୀ ଚାକିରୀ ମିଳିଥିଲା ତାହା ନୁହେଁ ବିଶ୍ୱର ଅନେକ ନାମକରା ରେକର୍ଡ ଲିସ୍ଟରେ ବି ତାଙ୍କ ନାଁ ସାମିଲ ହୋଇଥିଲା । ଲିମକା ବୁକ ଅଫ ରେକର୍ଡ, ଏସୀୟା ବୁକ ଅଫ ରେକର୍ଡ, ୟୁନିକ ବୋର୍ଲଡ ରେକର୍ଡ, ଇଂଡିୟା ବୁକ ଅଫ ରେକର୍ଡ଼, ୟୂନି ଭର୍ସାଲ ରେକର୍ଡ ଫୋରମ ତାଲିକାରେ ତାଙ୍କ ନାଁ ସାମିଲ ହୋଇଛି । ଜଣେ ସମ୍ବାଦଦାତାଙ୍କ ଅନୁଯାୟୀ, ଜେଲରେ ରହି ମଧ୍ୟ ନିଜ ଭବିଷ୍ୟତ ଗଢିପାରୁଥିବା ଭଳି ଘଟଣା ମାନ ଖୁବ କମ ଦେଖିବାକୁ ମିଳେ । ଭାନୁ ଭାଇ ସତରେ ଏକ ବ୍ୟତିକ୍ରମ । ୧୯୯୨ ମସିହାରେ ବିଜେ ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ ପରେ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ଯାଇଥିଲେ । ସେହି ସମୟରେ ତାଙ୍କର ଜଣେ ସାଙ୍ଗ ସ୍ଟୁଡେଣ୍ଟ ଭିସାର ଉପଯୋଗ କରି ଆମେରିକାରେ ଚାକିରୀ ଖଣ୍ଡେ କରି ଭାନୁ ଭାଇଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସ୍ଫର କରୁଥିଲେ ।

ଏହି ମାମଲାରେ ଭାନୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଫରେନ ଏକ୍ସଚେଂଜ ରେଗୁଲେସନ ଆକ୍ଟ ବା ଫେରା ଆଇନ ଉଲ୍ଲଙ୍ଘନ ଆରୋପରେ ହିଁ ତାଙ୍କୁ ଦଣ୍ଡାଦେଶ ହୋଇଥିଲା । ୫୦ ବର୍ଷ ବୟସରେ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି ପରେ ତାଙ୍କୁ ଅହମଦଦବାଦ ଜେଲକୁ ପଠାଇ ଦିଆଯାଇଥିଲା । କିନ୍ତୁ ଏହା ପରେ ବି ଭାନୁ ଭାଙ୍ଗି ପଡି ନଥିଲେ କି ପଛକୁ ହଟି ନଥିଲେ । ସେହିଠାରେ ହିଁ ପୁଣି ଥରେ ନିଜ ପାଠପଢା ଆରମ୍ଭ କରି ୮ ବର୍ଷ ଭିତରେ ୩୧
ଟି ଡିଗ୍ରୀ ହାସଲ କରିଥିଲେ । ଖାଲି ସେତିକି ନୁହେଁ ଆମ୍ବେଦକର ୟୁନିଭର୍ସିଟିରେ ଅଧ୍ୟାପନା ସମୟରେ ଆଉ ୨୩ ଟି ଡିଗ୍ରୀ ହାସଲ କରିଥିଲେ । ଏହି ପରି ଭାବରେ ବର୍ତ୍ତମାନ ସୁଦ୍ଧା ତାଙ୍କ ନାଁରେ ଏବେ ୫୪ ଟି ଡିଗ୍ରୀ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.